ହାଇସ୍କୁଲ ଏବଂ ପ୍ରାଥମିକ ବିଦ୍ୟାଳୟର ମିଳିତ ବାର୍ଷିକୋତ୍ସବ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ଗ୍ରାମ ସ୍ଥିତ ଶ୍ରୀ ରଘୁନାଥ ହାଇସ୍କୁଲ ଏବଂ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି।ହାଇସ୍କୁଲ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା ଏବଂ ସଂଗ୍ରାମ କେଶରୀ ବେହେରା ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନିତା ସେଠୀ ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଯନ୍ତ୍ରୀ ଇଂ.ବି.ଶଙ୍କର ନାରାୟଣ ସୁବୁଦ୍ଧି,ଗଡ଼ଗୋବିନ୍ଦପୁର ପଞ୍ଚାୟତ ସରପଞ୍ଚ ରଞ୍ଜନ କୁମାର ସାହୁ,ସମିତି ସଭ୍ୟ ଏ.ସୁଦାମ ରେଡ୍ଡୀ, କୈଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼,ପଦ୍ମନାଭପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ବି.କ୍ରିଷ୍ଣା ରାଓ ସୁବୁଦ୍ଧି,ଜକର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ, ଗୋକର୍ଣ୍ଣପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ସନ୍ତୋଷ ଦୋରା,ସାମାଜିକ କର୍ମୀ ଏମ.ନିରଞ୍ଜନ ରେଡ୍ଡୀ,ଦିଗପହଣ୍ଡି ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ରସାନନ୍ଦ ଘଡେଇ,ପୂର୍ବତନ ଜିଲା ପରିଷଦ ସଦସ୍ୟ କୃଷ୍ଣଚନ୍ଦ୍ର ସେଠୀ, ସ୍କୁଲ ପରିଚାଳନା କମିଟି ସଭାପତି ବଦ୍ରି ପାଣିଗ୍ରାହୀ,କୁରେଶୁ ରେଡ୍ଡୀ,କାର୍ଯ୍ୟକର୍ତ୍ତା ପ୍ରତାପ କୁମାର ସାହୁ,ଚକ୍ରଧର ପ୍ରଧାନ,ମୁକୁନ୍ଦ ପ୍ରଧାନ,ଅଜିତ ଡାକୁଆ,ସନ୍ତୋଷ ଡାକୁଆ,ଜିତୁନ ରେଡ୍ଡୀ, ଚିଣ୍ଟୁ ବେହେରା,ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ,ଅଭିମନ୍ୟୁ ସେଠୀ, ତ୍ରିନାଥ ସାହୁ,ରାଜେନ୍ଦ୍ର ରେଡ୍ଡୀ,ତ୍ରିନାଥ ବେହେରା,ପ୍ରହଲ୍ଲାଦ ସାମନ୍ତ ଏବଂ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ବି.ନାରାୟଣ ସୁବୁଦ୍ଧି ମଞ୍ଚାସିନ ଥିଲେ।ବାର୍ଷିକୋତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ରୀ ଛାତ୍ର ମାନଙ୍କୁ ଅତିଥିବୃନ୍ଦ ମାନପତ୍ର ଓ ପୁରସ୍କାର ବିତରଣ କରିଥିଲେ।ମୋ ସ୍କୁଲ ଅଭିଯାନ ପକ୍ଷରୁ ହାଇସ୍କୁଲ ର ଏକ ସ୍ମାର୍ଟ ଟିଭି କୁ ମୁଖ୍ୟଅତିଥି ଉଦଘାଟନ କରିଥିଲେ।ଶେଷରେ ଛାତ୍ରୀ ଛାତ୍ର ମାନଙ୍କ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଶିକ୍ଷୟତ୍ରୀ ଶିକ୍ଷକ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ