ହାଇସ୍କୁଲ ପରୀକ୍ଷା ପାଇଁ ଅଭିଭାବକ ବୈଠକ

ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ବିଣ୍ଣୁପୁର ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଠାରେ ହାଇସ୍କୁଲ ପରୀକ୍ଷା ଉପଲକ୍ଷେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ସୁବଳ ପତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିକ୍ଷା ସଂଯୋଜକ ରଞ୍ଜନ ମହାନ୍ତି, ଜୟକୃଷ୍ଣ ନାୟକ, ରବିନ୍ଦ୍ର ଲେଙ୍କା, ପ୍ରାକ୍ତନ ଶିକ୍ଷକ ପ୍ରଭାତ ଖିଲାର, ସମାଜସେବୀ ଟୁଟୁ ବେହେରା ପ୍ରମୁଖ ଯୋଗଦେଇ ହାଇସ୍କୁଲ ପରୀକ୍ଷା ପାଇଁ ବିଭିନ୍ନ ମତ ଦେଇଥିଲେ । ଏତଦବ୍ୟତୀତ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ବିକାଶ ନିମନ୍ତେ ଉପସ୍ଥିତ ଅଭିଭାବକ ମାନେ ସେମାନଙ୍କ ମତଦେଇଥିଲେ । ବୈଠକରେ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ମାତାପିତା ଯୋଗଦେଇ ବିଦ୍ୟାଳୟର ଶିକ୍ଷଣୀୟ ଦିଗ ପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ