ହାଇସ୍କୁଲ ଶ୍ରେଣୀ ଆଜବେଷ୍ଟସ ଛାତ ଭୁସୁଡ଼ିଲା ଅଳ୍ପକେ ବର୍ତ୍ତି ଲେ ଛାତ୍ରୀ ଛାତ୍ର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ନୋଡାଲ ହାଇସ୍କୁଲ ର ୨ ଟି ଶ୍ରେଣୀ ଗୃହର ଆଜବେଷ୍ଟସ ଭୁଶୁଡି ଯାଇ ଭାଙ୍ଗିଯିବା ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଛାତ୍ରୀ ଛାତ୍ର। ଶୁକ୍ରବାର ମଧ୍ୟାହ୍ନରେ ଘଟଣା ଘଟିଛି। ଏଠାରେ ଭଙ୍ଗା ଆଜବେଷ୍ଟସ ଶ୍ରେଣୀ ଗୃହରେ ବିପଦ ସଂକୁଳ ଅବସ୍ଥାରେ ପାଠ ପଢୁଥିଲେ ଛାତ୍ରୀ ଛାତ୍ର। ଚଳିତ ବର୍ଷ ଏହି ହାଇସ୍କୁଲ କୁ ୫ ଟି ରେ ଅନ୍ତର୍ଭୁକ୍ତ କରାଯାଇଛି।ପ୍ରାୟ ୨୫ଖଣ୍ଡ ଗ୍ରାମର ଛାତ୍ରୀ ଛାତ୍ର ପାଠ ପଢ଼ିବା ପାଇଁ ଏହି ବୋରିପଦର ହାଇସ୍କୁଲ ଉପରେ ନିର୍ଭର କରନ୍ତି।ଏଠାରେ ଶ୍ରେଣୀ ଗୃହର ଘୋର ଅଭାବ।ପ୍ରଥମ ରୁ ୧୦ମ ଶ୍ରେଣୀ ରେ ସମୁଦାୟ ୩୮୧ ଛାତ୍ରୀ ଛାତ୍ର ଏଠାରେ ଅଧ୍ୟୟନ କରୁଛନ୍ତି।ଏମାନଙ୍କ ମଧ୍ୟରୁ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରୀ ଛାତ୍ର ଗତ ୧୯୭୫ ମସିହାରେ ନିର୍ମିତ ହୋଇଥିବା ବିପଦ ସଂକୁଳ ଆଜବେଷ୍ଟସ ଶ୍ରେଣୀ ଗୃହ ରେ ପାଠ ପଢୁଥିଲେ।ହାଇସ୍କୁଲ ର ରିସେସ ସମୟ ରେ ଛାତ୍ରୀ ଛାତ୍ର ମାନେ ଶ୍ରେଣୀ ଗୃହ ବାହାରେ ଥିବା ବେଳେ ପ୍ରାୟ ୧୨ ଟା ୧୦ ମିନିଟ ରେ ଅଚାନକ ଉପର ଆଜବେଷ୍ଟସ ଟିଣ ଓ କାନ୍ଥ ଭୁଶୁଡ଼ି ଯାଇଥିଲା।ସୌଭାଗ୍ୟ ବଶତଃ ସମସ୍ତ ଛାତ୍ରୀ ଛାତ୍ର ଶ୍ରେଣୀ ଗୃହ ବାହାରେ ଥିବାରୁ ଏକ ବଡ଼ ଧରଣର ଅଘଟଣ ରୁ ବର୍ତ୍ତି ଯାଇଥିଲେ। ତୁରନ୍ତ ନୂତନ ଭାବେ ଶ୍ରେଣୀ ଗୃହ ନିର୍ମାଣ କରାଯିବା ପାଇଁ ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୌଡ଼,ଅଭିଭାବକ ସଙ୍ଘ କର୍ମକର୍ତ୍ତା ଓ ଗ୍ରାମବାସୀ ଦାବି କରିଛନ୍ତି।


