ହାଇୱା ଧକ୍କାଦେଲା ଯାତ୍ରୀବାହି ବସକୁ : ପାଖାପାଖି 15ଯାତ୍ରୀଆହତ : ଜଣେ ଗୁରୁତର
ଜଗତସିଂହପୁର (ଅନସୂୟା ରାଉତ) :-ସକାଳ ଆଠଘଟିକା ସମୟରେ ଜଗତସିଂହପୁର ଜିଲ୍ଲାର ବସନ୍ତ ପୁର ବଜାର ଉପରେ ଏକ ବାଲି ବୋଝେଇ ହାଇୱା ଗୋଟିଏ ଯାତ୍ରୀବାହି ବସକୁ ସିଧା ଧକାଦେଇଛି। ଫଳତଃ ପାଖା ପାଖି 15ଯାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ବୋଲି ଖବର ମିଳିଛି । ଆଜି ସକଳୁ ଜାନକି ନାମକ ବସ୍ ଗୋଡାରୁ କଟକ ଯାଉଥିଲା। ବସନ୍ତପୁର ଛକରେ ଯାତ୍ରୀ ଉଠାଉ ଥିବାବଳେ ଏକ ହାଇୱା ବସକୁ ସିଧା ଆଘାତ କରିଥିଲା। କେତେକ ଯାତ୍ରୀ ଆହତ ହୋଇ ଜଗତସିଂହପୁର ସ୍ବାସ୍ଥ୍ୟକେନ୍ଦ୍ର ଯାଇଥିଲେ। ବିରିଡି ପୋଲିସ ସେଠାରେ ପହଞ୍ଚି ତଦନ୍ତ ଚଳାଇଛି। ଏବେ ହାଇୱା ଗୁଡିକ ଦ୍ରୁତ ଗତିରେ ଯାଉଅଛି ସର୍ବସାଧାରଣ ଅଭିଯୋଗ କରିଛନ୍ତି । ଦ୍ରୁତ ଗତିରେ ଯାଉଥିବା ଯାନବାହାନ ପ୍ରତି କଠୋର ପଦକ୍ଷେପ ନିଆଯାଉ ବୋଲି ସାଧାରଣରେ ଦାବି ହେଉଛି ।