ହାଇୱା ଧକ୍କାରେ ୧ମୃତ, ୧ଗୁରୁତର

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ଥାନା ଅଧିନ ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥର ଟିଲୋ କେନାଲ ଛକ ଠାରେ ଏକ ହାଇୱା ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛିି । ମୃତ ଯୁବକ ଜଣକ ଏରଝାଟିଆ ଗ୍ରାମର ପ୍ରଭାତ ମହାନ୍ତି ବୋଲି ଜଣାଯାଇଛି । ପ୍ରକାଶ ଯେ, ରବିବାର ସନ୍ଧ୍ୟା ପ୍ରାୟ ସାଢେ ଆଠଟା ବେଳେ ଓଡଙ୍ଗ ପଞ୍ଚାୟତ ଏରଝାଟିଆ ଗ୍ରାମର ପ୍ରଭାତ ମହାନ୍ତି(୨୮) ଏକ ଲୁନା ଗାଡି ଯୋଗେ ବନ୍ତ ଆସୁଥିବା ବେଳେ ଟିଲୋ ଗ୍ରାମରୁ ବାଇକରେ ଆସୁଥିବା ଜଣେ ଯୁବକଙ୍କ ସହିତ ଧକ୍କା ହୋଇ ରାସ୍ତାରେ ପଡି ଯାଇଥିଲେ । ଏହି ସମୟ ମଧ୍ୟରେ ବନ୍ତରୁ ଭଦ୍ରକ ଆଡକୁ ଦ୍ରୁତ ଗତିରେ ଯାଉଥିବା ହାଇୱା ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଏରଝାଟିଆ ଗ୍ରାମର ପ୍ରଭାତ ମୃତ୍ୟୁ ବରଣ କରିଥିବା ବେଳେ ଟିଲୋ ଗ୍ରାମର ଯୁବକ ଜଣକ ଗୁରୁତର ହୋଇଥିଲେ । ଗୁରୁତର ଯୁବକଙ୍କୁ ପ୍ରଥମେ ବନ୍ତ ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ସ୍ଥଳରେ ଶତାଧିକ ଲୋକ ପହଞ୍ôଚବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ôଚଛି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବାର ବ୍ୟବସ୍ଥା କରିଛି । ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ହାଇୱା ଟ୍ରକଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ