ହାଇୱା ପଛରେ ଧକ୍କା ଦେଇ ଦୁଇ ଜଣ ବାଇକ୍ ଆରୋହୀ ମୃତ, ଜଣେ ଗୁରୁତର
ହାଟଡିହି, (ବିକାଶ ବିଶ୍ୱାଳ):ଘଷିପୁରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୦ର ସଇଲଙ୍ଗ ନିକଟରେ କେନ୍ଦୁଝର ମୁହଁl ଗୋଟିଏ ହାଇୱା ପଛରେ ଗୋଟିଏ ବାଇକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ଦୁଇଜଣ ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମୃତ ଦୁଇଜଣ ଯୁବକ ହେଉଛନ୍ତି ଘଷିପୁରା ଥାନା ନଦୁଆଁ ଗାଁର ସିପୁନ ଖଟୁଆ ଓ ଟୁନୁ ଖଟୁଆ। ଆହତ ଜଣକ ସେହି ଗାଁର ଦୀପକ ଦେହୁରୀ ବୋଲି ଜଣା ପଡ଼ିଛି। ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।