ହାଇୱା ଯୋଗେ ବେଧଡକ ଚାଲିଛି ବାଲି ଚୋରା ଚାଲାଣ
ନିମାପଡ଼ା ,(ସନ୍ତୋଷ ଦାଶ) ପୁରୀ ଜିଲ୍ଲାର ଅସ୍ତରଙ୍ଗ – ପିପିଲି ମୁଖ୍ୟ ରାସ୍ତା ଦେଇ ପ୍ରତିଦିନ ଦୟା, ଭାର୍ଗବୀ , କୁଶଭଦ୍ରା ଓ ଦେବୀ ନଦୀରୁ ଲଘୁ ଖଣିଜ ସଂପଦ ଦିନ ଦ୍ୱିପ୍ରହରରେ ଲୁଟ ହେବାରେ ଲାଗିଛି ।ଅଧିକାରୀ ଙ୍କ ହାତ ବାରିଶ ହୋଇ ମାଫିଆ ମାନେ ଅବାଧ ରେ ଲଘୁ ଖଣିଜ ସଂପଦ ଚୋରି କରୁଛନ୍ତି ।ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବାଲି ସୌରାତ ସବୁ ନିଲାମ ଡକା ଯାଇଥାଏ।ଖଣି ବିଭାଗ ସୂଚନା ମୁତାବକ ଜିଲ୍ଲାରେ ୧୭ ଟି ବାଲି ସୌରାତ ଥିଲା ।ଏଥିରେ ୧୨ ଟି ସଚଳ ଓ ୫ ଟି ଅଚଳ ଅବସ୍ଥାରେ ରହିଛି ।ସଚଳ ବାଲି ସୌରାତ ରୁ ପିପିଲି ରେ ୬ ଟି ,ଡେଲାଙ୍ଗ ରେ ୫ ଟି ,କାକଟପୁର ରେ ୧ ଟି ରହିଛି ।ସେହିଭଳି ଅଚଳ ସୌରାତ ରୁ ନିମାପଡ଼ା ରେ ୪ ଟି ଓ ଡେଲାଙ୍ଗ ରେ ୧ ଟି ରହିଛି ।ଚଳିତ ବର୍ଷ କିନ୍ତୁ ଯେଉଁମାନେ ଏହି ସୌରାତ ନିଲାମ ନେବାକୁ ଆବେଦନ କରିଥିଲେ ସେମାନଙ୍କ କାଗଜ ପତ୍ର ଠିକ୍ ନ ଥିବାରୁ କାହାରିକୁ ନିଲାମ ଦିଆ ଯାଇନାହିଁ ।କିନ୍ତୁ ନିୟମିତ ବାଲି ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳୁଛି।ରାସ୍ତାରେ ବାଲି ଚାଲାଣ ହେତୁ ବାଲି ଉଡ଼ି ଆଖିରେ ପଡୁଥିବାରୁ ଦୁଇ ଚକିଆ ଆରୋହୀ ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି । ଏ ନେଇ ଖଣି ଅଧିକାରୀ ସମୀର ମିଶ୍ର କୁହନ୍ତି ଏବେ ଜିଲ୍ଲାରେ ୩ ଟି ସ୍ଥାନ ରୁ ବାଲି ଉତ୍ତୋଳନ ଲାଗି ଅନୁମତି ମିଳିଛି ।ସରକାରୀ ସୂଚନା ମୁତାବକ ପୁରୀ ଜିଲ୍ଲା ପ୍ରଶାସନ ଲଘୁ ଖଣିଜ ବିକ୍ରିରୁ ,୨୦୨୦-୨୧ ରେ ୨୬ କୋଟି ୫୨ ଲକ୍ଷ ,୨୦୨୧-୨୨ ରେ ୨୨ କୋଟି ୬୮ ଲକ୍ଷ,,୨୦୨୨-୨୩ ରେ ୨୬ କୋଟି ୨୫ ଲକ୍ଷ ଓ ୨୦୨୩-୨୪ ରେ ପ୍ରାୟ ୩୨ କୋଟି ୮୨ ଲକ୍ଷ ଟଙ୍କା ରାଜସ୍ବ ପାଇଛି । ତେବେ ନିଲାମ ହୋଇ ନ ଥିବା ସୈରାତ ରୁ ମାଫିଆ ମାନେ ଦିନ ଦ୍ୱିପ୍ରହର ରେ
ଜେସିବି ଯୋଗେ ବାଲି ଉଠାଇ ହାଇୱା ରେ ଚାଲାଣ କରାଯାଉଛି।
ଖଣି ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି।