ହାଇୱେ ପେଟ୍ରୋଲ ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ।

ଚୌଦ୍ୱାର,(ଦୀପକ୍ କୁମାର ବେଉରା): ଜାତୀୟ ରାଜପଥ ୫୫ ଓ ୧୬ ର ସଙ୍ଗମ ସ୍ଥଳୀ ମଙ୍ଗୁଳି ଠାରେ ହାଇୱେ ପେଟ୍ରୋଲ ର ଶୁଭ ଉଦ୍ଘାଟନ ଏକ ଭରଚୁଆଲ୍ ମିଟିଂ ମାଧ୍ୟମ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପତାକା ହଲାଇ ଏହି
ହାଇୱେ ପେଟ୍ରୋଲ ର ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ରାଜ୍ୟ ଡିଜିପି ଶ୍ରୀଯୁକ୍ତ ଅଭୟ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅଞ୍ଚଳ ର ବରିଷ୍ଠ ସାମ୍ୱାଦିକ ନିରାକାର ସାହୁ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଆଇଜି କ୍ରାଇବ୍ରାଞ୍ଚ୍ ଅମିତ୍ ନାଥ ସିହ୍ନା ,ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି,ଗ୍ରାମାଞ୍ଚଳ ଏସପି ବି ଯୁଗଳ କିଶୋର, ଏସ ଡିପିଓ ପ୍ରଶାନ୍ତ ମଲ୍ଲିକ,ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରା ଓ ଟାଙ୍ଗୀ ଥାନା ଅଧିକାରୀ ପଦାର ବିନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ହାଇୱେ ପେଟ୍ରୋଲ ଯୋଗୁଁ ଜାତୀୟ ରାଜପଥ ରେ ଘଟୁଥିବା ଦୁର୍ଘଟଣା ରେ ଆହାତ ମାନଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇପାରିବ ଓ ଅପରାଧ ନିୟନ୍ତ୍ରଣ ହୋଇ ପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ