‘ହାଇ ମି ଅପ୍‌’ ରେଷ୍ଟୁରାଣ୍ଟର ଗ୍ରାଣ୍ଡ ଓପନିଙ୍ଗ

ବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ମହାମାରୀ କରୋନା କଟକଣା ଯୋଗୁ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇପଡ଼ିଥିଲା । ଖାଦ୍ୟ ଆବଶ୍ୟକ କରୁଥିବା ଓ ଖାଦ୍ୟ ଯୋଗାଉଥିବା ଉଭୟ ବର୍ଗର ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ । ହେଲେ କରୋନା ଲହର କମିଛି, ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବା ପରେ ହୋଟେଲ ଶିଳ୍ପ ଅଣ୍ଟା ସଳଖି ଛିଡ଼ା ହେବା ପାଇଁ ପ୍ରୟାସ କରିଛି । ଏହି ଅବସରରେ ନୟାପଲ୍ଲୀସ୍ଥିତ ଏନ୍‌-୫ରେ ‘ହାଇ ମି ଅପ୍‌’ ରେଷ୍ଟୁରାଣ୍ଟର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଷ୍ଟୁରାଣ୍ଟକୁ ଉଦ୍‌ଘାଟନ କରି କହିଲେ ଯେ, ଏହି ରେଷ୍ଟୁରାଣ୍ଟରେ ସମସ୍ତ ପ୍ରକାର ଖାଦ୍ୟ ଉପଲବ୍ଧ ହେବା ସହିତ ସୁଲଭ ମୂଲ୍ୟରେ ଓ ସ୍ୱାଦଯୁକ୍ତ ହୋଇଥିବାରୁ ଏହା ଗ୍ରାହକମାନଙ୍କର ପ୍ରଥମ ପସନ୍ଦ ହେବ । ସେହିପରି ଗ୍ରାହକମାନଙ୍କ ପସନ୍ଦକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ରେଷ୍ଟୁରାଣ୍ଟ କର୍ତ୍ତର୍ୃପକ୍ଷ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଶ୍ରୀରାମ ଦାସ, ଏସ୍‌.କେ. ଦାସ ପ୍ରମୁଖ ଯୋଗଦେଇ ରେଷ୍ଟୁରାଣ୍ଟର ସଫଳତା କାମନା କରିଥିଲେ । ଏହି ଉତ୍ସବରେ ବହୁ ଅତିଥି ଓ ନୂତନ ଗ୍ରାହକମାନେ ଯୋଗ ଦେଇଥିଲେ । ଶେଷରେ ସଙ୍ଗୀତ ଅର୍କେଷ୍ଟାର ଆୟୋଜନ କରାଯାଇଥିଲା । ଉତ୍ତରାଧିକାରୀ ଆଦର୍ଶ ରଞ୍ଜନ ସ୍ୱାଇଁ ଓ ଦୀପକ ରଞ୍ଜନ ସ୍ୱାଇଁ ସମସ୍ତ ଅତିଥି ଓ ଗ୍ରାହକମାନଙ୍କୁ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ