ହାଉସ ଅଫ୍ ଲଭ୍ ଶିଶୁ ଯତ୍ନ ଅନୁଷ୍ଠାନରେ ସ।ନିଟାଇଯାର ବିତରଣ

ଫୁଲବାଣୀ, (ସୁର୍ଯ୍ୟ ନାରାୟଣ ବେହେରା): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ର ବାରଖମା ଗ୍ରାମରେ ଥିବା ଲିଭିଂ ଷ୍ଟନ ମିନିଷ୍ଟ୍ରୀ ଅନୁଷ୍ଠାନ ଅଧୀନରେ ଯେଉଁ ଶିଶୁ ଯତ୍ନ ଅନୁଷ୍ଠାନ ରହିଅଛି ସେହି ସି ସି ଆଇ ରେ ଆଜି କନ୍ଧମାଳ ଜିଲ୍ଲା ର ଡି ସି ପି ଓ ଙ୍କ ସହାୟତାରେ ଏଲ ଏସ ଏମ ର ସେକ୍ରେଟାରୀ ଶ୍ରୀ ବିକ୍ରମ ଦିଗାଲ ଏହି ଅନୁଷ୍ଠାନ ରେ ଥିବା ସବୁ ପିଲାମାନଙ୍କୁ ଗାଧେଇବା ସାବୁନ, ସଫା ସାବୁନ, ସାମ୍ଫୁ, ସ।ନି ଟାଇଯାର, ମ।ସ୍କ୍କ ଆଦି ବିତରଣ କରିଛନ୍ତି । ଯାହାକି ଏହି କୁନି କୁନି ପିଲାମାନଙ୍କୁ କରନା ମହାମାରୀ ରୁ ଉଦ୍ଧାର କରିବା ନିମନ୍ତେ ଏକ ଅଭିନବ ପଦକ୍ଷେପ। ଏହି ଲକ୍ ଡାଉନ୍ ସମୟରେ ଅନେକ କଷ୍ଟ ସମସ୍ୟାରେ ରହିବା କଥା କିନ୍ତୁ ଆମେ ଆରାମ ରେ ରହୁଛୁ ବୋଲି ଅନୁଷ୍ଠାନ ର ପିଲାମାନେ ଖୁସୀ ବ୍ୟକ୍ତ କରିବା ସହିତ ଏଲ ଏସ ଏମ ର ସେକ୍ରେଟାରୀ ଙ୍କୁ ଧନ୍ୟବାଦ ଦେବା ସହ ଡି ସି ପି ଓ ମାଡ଼।ମ ଙ୍କୁ ମଧ୍ୟ ଧନ୍ୟବାଦ୍ ଦେଇଥିଲେ। ସମୟ ସମୟରେ ଡି ସି ପି ଓ ଏହି ଅନୁଷ୍ଠାନ କୁ ବୁଲିବା ନିମନ୍ତେ ଆସି ଅନୁଷ୍ଠାନ ର ସବୁ ଦୁଃଖ ସୁଖ ବୁଝୁଥିବାରୁ ପୁଣି ଜିଲ୍ଲା ପ୍ରଶାସନଙ୍କୁ ଏତାଦୃଶ କାର୍ଯ୍ୟ ନିମନ୍ତେ ଏଲ ଏସ ଏମ ସେକ୍ରେଟାରୀ ଶ୍ରୀ ବିକ୍ରମ କନ୍ଧମାଳ ଜିଲ୍ଲାର ପ୍ରଶସନକୁ, ସି.ଡବ୍ଲ୍ୟୁ.ସି. ଅଧ୍ୟକ୍ଷ, ଡି. ସି .ପି .ଓ , ସି .ଡବ୍ଲ୍ୟୁ .ସି . ସଭ୍ୟ ଓ ଡି .ସି. ପି . ଇଉ. ୟୁନିଟିଙ୍କୁ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ