ହାଜିପୁର ଅଙ୍ଗନବାଡିରୁ ଚୋରି
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ହାଜିପୁର ଅଙ୍ଗନବାଡି କେନ୍ଦ୍ରରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । କେନ୍ଦ୍ରଟି ନୂତନ ଭାବେ ନିର୍ମାଣ ହୋଇଥିବାବେଳେ ଏହାର ଗୃହ ପ୍ରବେଶ ଉତ୍ସବ ଏଯାଏଁ ହୋଇନାହିଁ । କରୋନା ମହାମାରୀ ଆସିବା ଦିନ ଠାରୁ ଉକ୍ତ ଅଙ୍ଗନବାଡି ଗୃହ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଚୋରମାନେ ଏହାର ସୁଯୋଗ ନେଇ ଚୋରି କରିଥିବା କୁହାଯାଉଛି । କେନ୍ଦ୍ରର ଗୋଟିଏ ପାଣିମୋଟର, ଦୁଇଗୋଟି ଫ୍ୟାନ, ଇଲେକ୍ଟ୍ରି ବୋର୍ଡ, ବଲବ ଆଦି ଚୋରି ହୋଇଥିବା ଅଙ୍ଗନବାଡି କର୍ମୀ ସସ୍ମିତା ନାୟକ ଥାନାରେ ଜଣାଇଛନ୍ତି । ପୁଲିସ ଘଟଣାସ୍ଥଳକୁ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।


