ହାଟଡ଼ିହି ଆଞ୍ଚଳିକ ମହାବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ

ହାଟଡିହି, (ବିକାଶ ବିଶ୍ୱାଳ) :-ହାତଡ଼ିହି ଆଞ୍ଚଳିକ ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀଙ୍କ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି।୧୫୬ଜଣ ଛାତ୍ରୀ ଏହି ଶିବିରରେ ପ୍ରଶିକ୍ଷଣ ନେଇଥିଲେ ।  ଅଧ୍ୟାପକ ବିରବର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିର ୫ଦିନ ଧରି ଚାଲିଥିବା ବେଳେ ଆଜି ଏହା ଉଦଯାପିତ ହୋଇଥିଲା । ଉଦଯାପନ ଉତ୍ସବରେ  ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ , ଅଧ୍ୟାପକ ରବି ନାରାୟଣ ବିଶ୍ୱାଳ, ବିଜୟ ନାୟକ, ବୃନ୍ଦାବନ ଓଝା, ରବୀନ୍ଦ୍ର ଜେନା, ଗୌରାଙ୍ଗ ନାୟକ, ଚକ୍ରଧର ଦାସ, ନିଲମ ସ୍ୱୟଂ, ମିନତୀ ବେଉରିଆ, ମହେଶ୍ୱତା ଶର୍ମା,ପ୍ରଶିକ୍ଷକ ସୀମା ସୀମାନତିନି ସାହୁ, ବିଳାସିନୀ ସାହୁ ପ୍ରମୂଖ ଯୋଗଦେଇ ଆତ୍ମରକ୍ଷା ଶିବିରର ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ କୃତି ଶିବିରାର୍ଥୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟ କିରାଣୀ ଅନନ୍ତ ବେହେରା, ସନାତନ କର, କର୍ମଚାରୀ ରଘୁନାଥ ରାଉତ, ଘନଶ୍ୟାମ ମୁଖୀ, ସତ୍ୟାନନ୍ଦ ନାୟକ, ରଞ୍ଜନ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ