ହାଟଡ଼ିହି କଲେଜରେ ଏଡ଼ସ୍ ସଚେତନତା ଶୋଭାଯାତ୍ରା
ହାଟଡ଼ିହି, (ବିକାଶ ବିଶ୍ୱାଳ):ସାଧାରଣତଃ ଡ଼ିସେମ୍ବର ୧ତାରିଖଟି ବିଶ୍ୱ ଏଡ଼ସ୍ ଦିବସ ଭାବେ ପାଳନ ହୋଇଆସୁଥିବା ବେଳେ ଶନିବାର ହାଟଡ଼ିହି ଆଞ୍ଚଳିକ ମହାବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଏଡ଼ସ୍ ଦିବସ ଶୋଭାଯାତ୍ରାଟି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମଟି ୟୁଥ ରେଡ଼କ୍ରସ କୋଡ଼ିନେଟର ବିଶ୍ୱରଞ୍ଜନ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ ଏହାକୁ ଶୁଭାରମ୍ଭ କରିଥିଲେ। ଛାତ୍ରଛାତ୍ରୀମାନେ ହାତରେ ଫ୍ଲାଗ କାର୍ଡ଼ ହାତରେ ଧରି କଲେଜରୁ ବାହାରି ହାଟଡ଼ିହି ତହସିଲ କାର୍ଯ୍ୟାଳୟ ଏବଂ ସେଠାରୁ ଅଣା ଛକ ଯାଏଁ ଏକ ବିରାଟ ଶୋଭାଯାତ୍ରା କରି ସଚେତନତାର ସ୍ଲୋଗାନ ଦେବା ସହ ଲୋକଙ୍କୁ ଏଡ଼ସ ଭୟାବହତା ସମ୍ପର୍କରେ ସଚେତନ କରାଇଥିଲେ। ଗୌରାଙ୍ଗ ଚରଣ ନାୟକ, ବିଜୟ କୁମାର ନାୟକ, ରବିନ୍ଦ୍ର କୁମାର ଜେନା, ବ୍ରହ୍ମାନନ୍ଦ ଓଝା, ଚକ୍ରଧର ଦାସ, ଜଳଧର ଦାସ, ନିଲମ ସ୍ୱାଗୱାନ୍, ମିନତୀ ବେଉରିଆ, ପ୍ରଣୟ କୁମାର ନାୟକ, ଅଜୟ କୁମାର ଦାସ, ସନାତନ ଖୁଣ୍ଟିଆ, ପୂର୍ଣ୍ଣଚନ୍ଦ୍ର ବେହେରା, ଗଙ୍ଗାଧର ପରିଡ଼ା, ଜିତେନ୍ଦ୍ର ବିଶ୍ୱାଳ, ଚୁମୁକିରାଣୀ ନାଏକ, ଜ୍ୟୋତିରୂପା ମଲ୍ଲିକ, ଜନ୍ମେଞ୍ଜୟ ପ୍ରଧାନ, ଦ୍ୱାରିକା ପ୍ରସାଦ ଦାସ, ସ୍ଵାଗତିକା ନାୟକ, ଅବିନାଶ ରାଉତ, ମେନକାରାଣୀ ଧୂରୁଆ, ମହେଶ୍ୱତା ଶର୍ମା ପ୍ରମୁଖ ଅଧ୍ୟାପକ-ଅଧ୍ୟାପିକା ମାନେ ଏହି ଶୋଭାଯାତ୍ରା ରେ ସାମିଲ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ଶିବାପ୍ରିୟା ଧଳ, ରଘୁନାଥ ରାଉତ, ରଞ୍ଜନ କୁମାର ଜେନା, ବିଭୁତିଭୂଷଣ ପହି, ପୂର୍ଣ୍ଣଚନ୍ଦ୍ର ଜେନା, ସୌଭାଗ୍ୟ ରଞ୍ଜନ ଜେନା, ଅନନ୍ତ ଚରଣ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


