ହାଟଡ଼ିହି କଲେଜରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଯୁବ ଓଡିଶା ନବୀନ ଓଡିଶା ଯୋଜନା ରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ୩ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହାଟଡ଼ିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସମ୍ମାନିତ ଅତିଥି ଭାବେ ହାଟଡ଼ିହି ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ପରିଚାଳନା କମିଟିର ସଭାପତି ଡାକ୍ତର ଗୋଲେଖ ନାୟକ, କଲେଜର ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ, ପରିଚାଳନା କମିଟି ସଭ୍ୟ ଅଭିମନ୍ୟୁ ସେଠୀ, ସଭ୍ୟା ଭାରତୀ ମଲ୍ଲିକ ପ୍ରମୁଖ ଯୋଗଦେଇ ଏହାକୁ ଅନୁଷ୍ଠାନିକ ଭାବେ ପ୍ରଦୀପ ପଜ୍ଜଳନ କରି ଉଦଘାଟନ କରିଥିଲେ। ଏଥିରେ କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସାମାଜିକ ସେବା କରାଯିବ ବୋଲି ଅଧ୍ୟକ୍ଷ ସୂଚନା ଦେଇଥିଲେ। ନୋଡାଲ ଅଫିସର ପ୍ରାଧ୍ୟାପକ ବିଜୟ କୁମାର ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସାଂସ୍କୃତିକ ବିଭାଗ ଉପଦେଷ୍ଟା ଅଜୟ କୁମାର ଦାସ, କ୍ରୀଡା ଉପଦେଷ୍ଟା ଗୌରାଙ୍ଗ ଚରଣ ନାୟକ, ସାମାଜିକ ସେବା ଓ ସଚେତନତା ଉପଦେଷ୍ଟା ବିଶ୍ୱରଂଜନ ଜେନା ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ କ୍ରୀଡା ଶିକ୍ଷକ ଅବିନାଶ ରାଉତ ଧନ୍ୟବାଦ ଦେଇଥିଲେ। ଏଥିରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।