ହାଟଡ଼ିହି, ପନ୍ଦାଡୋ, ଅକରୁଆରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି, ପନ୍ଦାଡୋ, ବଞ୍ଚୋ ଓ ଅକରୁଆରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ହାଟଡ଼ିହି ପଞ୍ଚାୟତରେ ଦିନ ୧ଟା ବେଳେ ସରପଞ୍ଚ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଚିନ୍ମୟ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ। ହାଟଡ଼ିହି ପଞ୍ଚାୟତରେ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଇଥିବା ଯୋଜନା ଗୁଡିକ ଉପରେ ବିଧାୟକ ସୂଚନା ଦେଇଥିଲେ। ଏହି ଅବସରରେ ଉପସ୍ଥିତ ଲୋକମାନଙ୍କୁ ସଫଳତା ପୁସ୍ତିକା ବଣ୍ଟନ କରାଯାଇଥିଲା। ଗାୟିକା କୁମୁଦୁନି ପଣ୍ଡାଙ୍କ ଦ୍ଵାରା ପାଲା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରଙ୍କ ଦ୍ଵାରା ଲୋକନୃତ୍ୟ ପ୍ରଦର୍ଶିତ ହୋଇଥିଲା। ସେହିପରି ଅକରୁଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲା ପରିଷଦ କୌଶଲ୍ୟା ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ଯୁବ ସମାଜସେବି ଅଭିମନ୍ୟୁ ସେଠୀ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ। ନାଏବ ସରପଞ୍ଚ କୈଳାଶ ଯେନା, ଚତୁର୍ଭୁଜ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ପନ୍ଦାଡୋ ପଞ୍ଚାୟତରେ ସରପଞ୍ଚ ସସ୍ମିତା ଓଝାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ଯୁବ ସମାଜସେବି ଅଭିମନ୍ୟୁ ସେଠୀ, ନିକୁଞ୍ଜ ବିହାରୀ ଓଝା ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ।