ହାଟଡ଼ିହି ବ୍ଲକରେ ପୁଣି ୧୦ କରନା ଆକ୍ରାନ୍ତ ଚିହ୍ନଟ, ୩୩୧ ରେ ପହଂଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ହାଟଡ଼ିହି,(ବିକାଶ କୁମାର ବିଶ୍ୱାଳ):ହାଟଡିହି ବ୍ଲକରେ ଆଜି ଗୋଟିଏ ଦିନରେ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜଣେ କରୋନା ଯୋଦ୍ଧାଙ୍କ ପରିବାରର ୮ ଜଣ ସଦସ୍ୟ ଆକ୍ରାନ୍ତ ଅଛନ୍ତି । ଦୁଇଦିନ ତଳେ କରୋନା ଯୋଦ୍ଧା ଜଣଙ୍କ ପଜେଟିଭି ଚିହ୍ନଟ ହେବା ପରେ ତାଙ୍କ ପରିବାର ସଦସ୍ୟଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠା ଯାଇଥିଲା। ସେହିପରି ଅନ୍ୟଜଣେ ବଞ୍ଚୋ ପଞ୍ଚାୟତର ହୋଇଥିବା ବେଳେ ସେ ବାହାରେ ରହୁଥିଲେ। ସେ ଘରକୁ ଫେରି ଅସୁସ୍ଥ ହେବାରୁ ସ୍ୱାବ ନମୁନା ପରୀକ୍ଷା ପାଇଁ ଦେଇଥିଲେ। ତାଙ୍କର ପଜେଟିଭି ଆସିଛି। ସେହିପରି ମୁଗୁପୁର ଟିଏମସିର ଜଣେ ପ୍ରବାସୀ ପଜେଟିଭି ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି। ଆଜିସୁଧା ବ୍ଲକରେ ମୋଟ ୩୩୧ ଜଣ ପଜେଟିଭି ଚିହ୍ନଟ ହୋଇଛନ୍ତି ବୋଲି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ