ହାଟଡ଼ିହି ବ୍ଲକ କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଜି ସାରା ବିଶ୍ୱ ପାଳୁଛି ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ପରିପ୍ରେକ୍ଷୀରେ ହାଟଡ଼ିହି ବ୍ଲକ କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ସଂଯୋଜନାରେ ସକାଳ ୭ଟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠି, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ତହସିଲଦାର ହାବିଲ ଖଖା ପ୍ରମୁଖ ଯୋଗଦେଇ ଯୋଗ ହିଁ ଶରୀରକୁ ସୁସ୍ଥ ରଖିବାରେ ମାଧ୍ୟମ ବୋଲି ମତବ୍ୟକ୍ତ କରିବା ସହ କେବଳ ଗୋଟିଏ ଦିନ ନୁଁହ ସବୁଦିନ ଅତି କମରେ ଅଧ ଘଣ୍ଟାଏ ଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ କର୍ମଚାରୀ, ଅନେକ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟସଭ୍ୟା ମାନେ ଯୋଗଦେଇ ଯୋଗ କରିବା ସହିତ ସୁସ୍ଥ ରହିବା ପାଇଁ ପନିୟମିତ ଯୋଗ କରିବାକୁ ସଂକଳ୍ପ ନେଇଥିଲେ। ଯୋଗଗୁରୁ ସଂଯୁକ୍ତା ସାହୁ ବିଭିନ୍ନ ଯୋଗ ଉପରେ ତାଲିମ ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ହରେକୃଷ୍ଣ ପ୍ରଧାନ, ଶ୍ରବଣ କୁମାର ପରିଡା, ଜିତେନ୍ଦ୍ର କୁମାର ଜେନା, ଶାଶ୍ୱତ ରଞ୍ଜନ ଦାଶ, ସୁବ୍ରତ ନାୟକ, ମଧୁସ୍ମିତା ପ୍ରଶାନ୍ତ ସେଠୀ, ଜୀବନ ରାଉତ, ସୁଦର୍ଶନ ଘଡେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ