ହାଟଡ଼ିହି ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଓ ବ୍ଳକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ସାମନ୍ତ ରାୟ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଶିବିରରେ ୨୩୦ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ସେମାନଙ୍କ ନାମ ପଞ୍ଜିକରଣ କରିବା ସହିତ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। କେନ୍ଦୁଝର ଜିଲ୍ଲା ସ୍ୱାସ୍ଥ୍ୟ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦେଶରେ ଡାକ୍ତର ଉଦୟ ଭାସ୍କର ପଣ୍ଡା, ଡାକ୍ତର ନିହାର ରଥ, ଡାକ୍ତର ଧର୍ମରାଜ ନାଗ, ଡାକ୍ତର ଜ୍ୟୋତିକୃଷ୍ଣ ପାତ୍ର, ଡାକ୍ତର ଜ୍ୟୋସ୍ଛନା ରାଣୀ ବାଗ, ଡାକ୍ତର ଗୁଲସନ କୁମାର ବେହେରା, ଡାକ୍ତର ଅନିତା ମଞ୍ଜରୀ ଜେନା, ମାନସ କୁମାର ମହାନ୍ତ ପ୍ରମୁଖ ବିଭିନ୍ନ ବିଭାଗର ଡାକ୍ତର ମାନେ ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ୱାତୀଶ୍ରୀ ସିଂ, ପ୍ରତୀକ ଆନନ୍ଦ, ପିଇଓ ଜିତେନ୍ଦ୍ର ନାୟକ, ସୁରେଶ ସେଠୀ, ମହେଶ୍ୱର ସାହୁ, ଉମାକାନ୍ତ ନାୟକ, ଅମୂଲ୍ୟ କୁମାର ପହି, ମଧୁସ୍ମିତା ମହାନ୍ତି, ଜିଆରଏସ ବିନୟ ମଲ୍ଲିକ, ଅଜୟ କୁମାର ଦାସ, ସତ୍ୟେନ୍ଦ୍ର ପାଗଳ, ପ୍ରଫୁଲ୍ଲ କୁମାର ମାଝୀ, ବଳରାମ ମଲ୍ଲିକ, ବିଷ୍ଣୁ ଚରଣ ସାହୁ, ଗୋଲେଖ ବିହାରୀ ନାଇକ, ମଧୁଛନ୍ଦା ଗିରି, ମାନସୀ ନାୟକ, ସବିତା ଆଇଚ, ପ୍ରସନ୍ନ ବାରିକ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ନୂଆ କରି ଆବେଦନ କରିଥିବା ଶତକଡା ୪୦ ଭାଗରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ମାନଙ୍କୁ ସଂଗେ ସଂଗେ ସାର୍ଟିଫିକେଟ ଦିଆଯିବା ସହିତ ସେମାନେ କି କି ପ୍ରକାର ସରକାରୀ ସହାୟତା ପାଇପାରିବେ ସେ ସମ୍ପର୍କରେ ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ସାମନ୍ତ ରାୟ ସଚେତନ କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ