ହାଟଡ଼ିହି ରେ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମିଳନୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ନୋଡାଲ ସ୍କୁଲ ପରିସରରେ ପ୍ରାଥମିକ ବିଦ୍ୟାଳୟ ସମୁହର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ହାଟଡ଼ିହି ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ସହ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ, ସହ ଶିକ୍ଷା ଅଧିକାରୀ ସ୍ନେହଲତା ମହାରଣା ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ପରିଚାଳନା ରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଭୂମିକା ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ଅନେକ ବିଦ୍ୟାଳୟ ରେ ନୂତନ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଥିବା ବେଳେ ଆଉ କିଛି ବିଦ୍ୟାଳୟ ରେ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଦାୟିତ୍ୱ ରେ ଅଛନ୍ତି। ତେଣୁ ସେମାନଙ୍କ ଦାଇତ୍ୱ କିପରି ସଠିକ ଭାବରେ ନିର୍ବାହ କରିବେ ଓ ବିଦ୍ୟାଳୟ ର ରେକର୍ଡ ପତ୍ର ପ୍ରସ୍ତୁତ କରିବେ ସେନେଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥିଲା। କିଛି ଶିକ୍ଷକ ଶିକ୍ଷୟିତ୍ରୀ ଅଫିସ କାମ ବାହାନା କରି ସ୍କୁଲ ରୁ ପଳାଇ ଆସି ବାହାରେ ବୁଲୁଥିବାରୁ ଏପରି କାର୍ଯ୍ୟଧାରାରୁ ନିବୃତ ରହିବାକୁ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ। ଅତି ଜରୁରୀ ଆବଶ୍ୟକତା ନଥିଲେ ସିଆର ସିସି ମାନଙ୍କ ମାଧ୍ୟମରେ ଅଫିସ କୁ କାଗଜ ପତ୍ର ପଠାଇବାକୁ କୁହାଯାଇଥିଲା। ୨୧ଟି କ୍ଲଷ୍ଟର ର ପ୍ରଧାନଶିକ୍ଷକ ପ୍ରଧାନଶିକ୍ଷୟିତ୍ରୀ ମାନଙ୍କୁ ୩ଟି ପର୍ଯ୍ୟାୟରେ ଡକାଯାଇ ଏହି ସମ୍ମିଳନୀ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ