ହାଟଡିହିରେ କଂଗ୍ରେସ ପକ୍ଷରୁ ହାତ ସେ ହାତ ଯୋଡ କାର୍ଯ୍ୟକ୍ରମ ଓ ବନ୍ଧୁ ମିଳନ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ଠାରେ ହାଟଡିହି ବ୍ଲକ କଂଗ୍ରେସ ପକ୍ଷରୁ ହାତ ସେ ହାତ ଯୋଡ ଓ କଂଗ୍ରେସର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସକଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁର୍ବତନ ପିସିସି ସଭାପତି ଜୟଦେବ ଜେନା, ରାଜ୍ୟ ଛାତ୍ରକଂଗ୍ରେସ ସଭାପତି ୟାସିର ନୱାଜ, କଂଗ୍ରେସ ନେତା ତଥା ପିସିସି ସଭ୍ୟ ମନୋଜ ଜେନା, ହାତ ସେ ହାତ ଯୋଡ କାର୍ଯ୍ୟକ୍ରମର ପିସିସି ଜିଲ୍ଲା ପର୍ଯ୍ୟବେକ୍ଷକ ଭୁନନାନନ୍ଦ ସାହୁ, ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ, ସଂଗ୍ରାମ ଦାଶ, ପୁର୍ବତନ ପିସିସି ମୁଖପତ୍ର ପ୍ରକାଶ ମିଶ୍ର, ଛାତ୍ରକଂଗ୍ରେସର ଜିଲ୍ଲା ସଭାପତି ଶୁଭମ ରାଜ, ଜିଲ୍ଲା କଂଗ୍ରେସ ଉପସଭାପତି, ନିକୁଞ୍ଜ ବିହାରୀ ମିଶ୍ର, ଅଲେଖ ଚନ୍ଦ୍ର ମଲ୍ଲିକ, କୃଷ୍ଣଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସର ହାତକୁ ହାତ ଯୋଡ କାର୍ଯ୍ୟକ୍ରମକୁ ମଜବୁତ କରିବାପାଇଁ ଆହ୍ୱାନ ଦେଇଥିଲେ । ମୋଦୀ ସରକାର ଦୀର୍ଘ ୮ବର୍ଷ ଧରି ଦେଶରେ ଏକ ସାମ୍ପ୍ରଦାୟିକ ଓ ଭ୍ରଷ୍ଟାଚାର ସରକାର ଚଲାଇଛି । ତାହାକୁ ପ୍ରତିହତ କରିବା ସହିତ ସମଗ୍ର ଭାରତବର୍ଷକୁ ଏକଯୁଟ କରିବାପାଇଁ ରାହୁଲଗାନ୍ଧୀ ଦେଇଥିବା ପଦକ୍ଷେପକୁ ଆମେ ସ୍ୱାଗତ କରିବା ସହିତ ତାଙ୍କର ଏହି ଉଦ୍ୟମକୁ ସାକାର କରିବାକୁ ପଦକ୍ଷେପ ନେଇଛୁ ବୋଲି ପୁର୍ବତନ ପିସିସି ସଭାପତି ଜୟଦେବ ଜେନା ମତବ୍ୟକ୍ତ କରିଥିଲେ । ସେହିପରି ହାଟଡିହି ବ୍ଲକରେ ବିଭିନ୍ନ ଯୋଜନାରେ ଲୁଟତରାଜ ଚରମ ସୀମାରେ ପହଞ୍ଚିଛି । ଏହାକୁ କଂଗ୍ରେସ ଆଉ ବରଦାସ୍ତ କରିପାରିବ ନାହିଁ ବୋଲି ମତବ୍ୟକ୍ତ କରି କଂଗ୍ରେସ କର୍ମୀମାନଙ୍କୁ ଏକଯୁଟ ହୋଇ ଏହାର ଦୃଢ଼ ବିରୋଧ କରିବାକୁ ଆହ୍ୱାନ ଦେଇଥିଲେ । ଦରକାର ପଡିଲେ କଂଗ୍ରେସ ଏଥିପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ପଛେଇବ ନାହିଁ ବୋଲି ସେ କହିଥିଲେ । ଏଥିରେ ଯୁବକଂଗ୍ରେସ ନେତା ଚଣ୍ଡୀ ପ୍ରସନ୍ନ ପାଣିଗ୍ରାହୀ, ମାନସ ଜେନା, ମାନସ ନାୟକ, ଅକ୍ଷୟ ପହି, ସତ୍ୟବ୍ରତ ଜେନ. ତାପସ ରାୟ, ମହେନ୍ଦ୍ର ନାୟକ, ଅନିରୁଦ୍ଧ ସା, ଗଣେଶ ବିଶ୍ୱାଳ, ସୁରଥ ମହାକୁଡ, ମଧୁସୁଦନ ସାମଲ, ଅକ୍ଷୟ ମହାପାତ୍ର, ଅମ୍ଳାନ କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ହାଟଡିହି ବ୍ଲକର ସମସ୍ତ ପଞ୍ଚାୟତରୁ କଂଗ୍ରେସ କର୍ମୀମାନେ ସାମିଲ ହୋଇଥିଲେ ।