ହାଟଡିହିରେ ଖୋଲିଲା ଅବକାରୀ ଥାନା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହିରେ ଏକ ଅବକାରୀ ଥାନା ଖୋଲିବାନେଇ ସରକାରୀ ସ୍ତରରେ ଘୋଷଣା ହେବାପରେ ବହୁ କମଦିନ ଭିତରେ ଏକ ଭଡାଘରେ ଏହି ଅବକାରୀ ଥାନା ଖୋଲାଯାଇଛି । ଚଣ୍ଡୀବିରଞ୍ଚିପୁର ଛକ ନିକଟରେ ଏହି ଥାନା ଖେଲା ଯାଇଛି । ଆଜି ଥାନା ଅଧିକାରୀ ଜନାର୍ଦ୍ଦନ ପଲେଇଙ୍କ ସଂଯୋଜନାରେ ଅନୁଷ୍ଠିତ ଏହାର ଗୃହପ୍ରବେଶ ଉତ୍ସବରେ ଆନନ୍ଦପୁର ଅବକାରୀ ଇନସପେକ୍ଟର ପ୍ରଫୁଲ କୁମାର ମହାନ୍ତ, ଆନନ୍ଦପୁର ଅବକାରୀ ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ପରିଡା, କନେଷ୍ଟବଳ ମିଥୁନ ଜେନା, ଡ୍ରାଇଭର ରିଙ୍କୁ ନାଇକ, ସତିଶ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଥାନା ପ୍ରତିଷ୍ଠା ଦ୍ୱାରା ଏ ଅଞ୍ଚଳର ଚୋରା ଅବକାରୀ କାରବାର ଉପରେ ରୋକ ଲାଗାଯାଇ ପାରିବ ବୋଲି ଥାନା ଅଧିକାରୀ ଜନାର୍ଦ୍ଦନ ପଲେଇ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ