ହାଟଡିହିରେ ଜାତୀୟ ମତଦାତା ଦିବସ ପାଳିତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପକ୍ଷରୁ ଦଶମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଥମଥର ପାଇଁ ଭୋଟର ହେବାର ସୌଭାଗ୍ୟ ଅର୍ଜନ କରିଥିବା ୫୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ମାନେ ବ୍ଲକ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ହାଟଡିହି ହାଇସ୍କୁଲ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଆୟୋଜିତ ଏକ ସଭାରେ ବିଡିଓ ଜୟଦେବ ଦାସ, ଜିପିଓ ନବୀନ ଚନ୍ଦ୍ର ନାୟକ, ପିଇଓ ନରହରି ନାୟକ, ପ୍ରଧାନ ଶିକ୍ଷକ ଶିଶିର କୁମାର କର, ବିଏଲଓ ସଦାଶିବ ଚକ୍ର, ଦେବାଶିଷ ବାରିକ, ସୁପରଭାଇଜର ରବି ନାରାୟଣ ଜେନା, ଅଶୋକ କୁମାର ସାବତ ପ୍ରମୁଖ ଯୋଗଦେଇ ଜାତୀୟ ମତଦାତା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସମସ୍ତ ଭୋଟରମାନେ ଭାରତର ଗଣତାନ୍ତ୍ରିକ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି ମୁକ୍ତ, ଅବାଧ ଓ ଶାନ୍ତିପୁର୍ଣ୍ଣ ନିର୍ବାଚନର ମର୍ଯ୍ୟଦା ରକ୍ଷା କରିବା ସହିତ ପ୍ରତ୍ୟେକ ନିର୍ବାଚନରେ ନିର୍ଭୟ ଭାବରେ ତଥା ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା କିମ୍ବା କୌଣସି ପ୍ରରୋଚନା ଦ୍ୱାରା ପ୍ରଭାବିତ ନହୋଇ ନିଜ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ସଂକଳ୍ପ ନେଇଥିଲେ । ଏହି ଅବସରରେ ସାଇ ରୁଦ୍ର ନାରାୟଣ ସାମଲ, ନିଶ୍ଚିତ ବରାଳ, ସତ୍ୟଜିତ ରାୟଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହାଟଡିହି କଲେଜର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

 
             
						 
						 
						 
						 
						 
						
