ହାଟଡିହିରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ
ହାଟଡ଼ିହି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜୟନ୍ତୀ ଅବସରରେ ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଏକ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦ୍ଘାଟନ ସମୟରେ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ,କଲେଜର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ହାଟଡିହି ସରପଞ୍ଚ ଅନୁସୟା ସେଠୀ, ଅକରୁଆ ସରପଞ୍ଚକୌଶଲ୍ୟା ସେଠୀ, ବଡ ରମ୍ପାସ ସରପଞ୍ଚ କାବେରୀ ସାହୁ, ଶଳଳଣିଆଁ ସରପଞ୍ଚ ଶ୍ରୀଧର ବେହେରା, ସମଣା ସରପଞ୍ଚ ପତିତପାବନ ନନ୍ଦ, କଳିଗାଁ ସରପଞ୍ଚ ଅମରେନ୍ଦ୍ର ଧଳ, ବରିଷ୍ଠ ବିଜେଡି ନେତା ବୁଦ୍ଧଦେବ ଜେନା, ମାର୍କଣ୍ଡ ଚରଣ ଓଝା, ପୁର୍ବତନ ସାଂସଦ ପ୍ରତିନିଧି ରତିକାନ୍ତ ରାଉତ, ରବିନ୍ଦ୍ର ନାୟକ, ଶତୃଘ୍ନ ପାତ୍ର, ପୁର୍ବତନ ଆନନ୍ଦପୁର ପୌରାଧ୍ୟକ୍ଷ ଶାନ୍ତନୁ ସେଠୀ, ମଦନ ହୋତା, ଦେବରଞ୍ଜନ ସାହୁ, ଚିନ୍ମୟ ନାୟକ, କଳ୍ପତରୁ ସେଠୀ, ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ, ବିରେନ୍ଦ୍ର କୁମାର ବିଶ୍ୱାଳ, ଯୋଗେନ୍ଦ୍ର ବେହେରା, ବାବୁଲି ପଟ୍ଟନାୟକ, ନିତ୍ୟାନନ୍ଦ ପହି, ଗୌରାଙ୍ଗ ରଣା, ମୁନା ମହାନ୍ତି, ପ୍ୟାରୀ ମୋହନ ମଲ୍ଲିକ, ବୈଦ୍ୟନାଥ ସାମଲ, କୁଳମଣି ରାଉତ, ଗୋପାଳ ନାୟକ, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ ରାଉତ, ବିଶ୍ୱନାଥ ଖଟୁଆ, ମନୋଜ ଜେନା, ପ୍ରତାପ ରାମ, ସଞ୍ଜୟ ସିଂ, ନାଣ୍ଡୁ ସିଂ, ପତନ ସିଂ, ମନୋଜ ସିଂଙ୍କ ସମେତ ବହୁ ବିଜେଡି ନେତା ଉପସ୍ଥିତ ଥିଲେ । ଏହି ଶିବିରରୁ ମୋଟ ୧୧୮ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଜଗନ୍ନାଥ ନାୟକ, ଅମିୟ ରଞ୍ଜନ ପହି,ରାଜେଶ ଜେନା, ବିଶ୍ୱନାଥ ସାହୁ, ଦିପ୍ତୀ ରଞ୍ଜନ ଦାସ, ଶରତ ସାହୁ, ପ୍ରଦୀପ ଜେକା, ଶିଶିର ବେହେରା, ତାରିଣୀ ପ୍ରସାଦ ସେନାପତି, ନିତ୍ୟାନନ୍ଦ ବେହେରା, ବାବୁଲି ଲେଙ୍କା, ଗୌରାଙ୍ଗ ପଳତା, ଙ୍କ ସମେତ ବିଜୁ ଯୁବ ବାହିନୀର ସଦସ୍ୟ ସଦସ୍ୟା ଓ କଲେଜର ଛାତ୍ରଛାତ୍ରୀ ମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଆନନ୍ଦପୁର ରକ୍ତଭଣ୍ଡାରର ଡାକ୍ତରଖାନାର ଡାକ୍ତର ବେଞ୍ଜାମିନ ସିରକା, ଏଲ.ଟି ତପସ୍ୱିନୀ ସାହୁ, ମମତା ଜେନା, ଶସ୍ମିତା ଦେହୁରୀ, ଅଶୋକ କୁମାର ସୁର, ପ୍ରଦୀପ ମୁଖୀ ପ୍ରମୁଖ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ ।