ହାଟଡିହିରେ ଠିକାଦାର ସଂଘର ବୈଠକ
ହାଟଡ଼ିହି, : ହାଟଡିହି ଠାରେ ଠିକାଦାର ସଂଘର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଦାଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସୁଧାକର ଓଝା, ନିକୁଞ୍ଜ ବିହାରୀ ଓଝା, ପରମେଶ୍ୱର ମଲ୍ଲିକ, ଗଗନ ବିହାରୀ ଭୂୟାଁ, ଧବଳେଶ୍ୱର ପଟ୍ଟନାୟକ, ଦେବେନ୍ଦ୍ର ଜେନା, ସହଦେବ ସାହୁ, ପ୍ରଦୀପ ଜେନା, ଦେବେନ୍ଦ୍ର କୁମାର ଜେନା, ଅଭିମନ୍ୟୁ ବେହେରା, ପ୍ରଭାକର ଶର୍ମା, ପ୍ରଶାନ୍ତ ସ୍ୱାଇଁ ପ୍ରମୁଖ ଯୋଗଦେଇ ସରକାରଙ୍କ ଦ୍ୱାରା ପ୍ରଚଳିତ ଠିକାଦାର ମାରଣନୀତି ବିରୁଦ୍ଧରେ ଆଲୋଚନା କରିଥିଲେ । ସରକାର ଠିକାଦାର ସଂଘର ୧୦ଦଫା ଦାବି ପୁରଣ ନକଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆଲୋଚନା କରାଯିବା ସହିତ ଆସନ୍ତା ୨୨ତାରିଖରେ ମହାସଂଘ ଦ୍ୱାରା ଦିଆଯାଇଥିବା ଆନ୍ଦୋଳନ ଡାକରାରେ ସମସ୍ତ ଠିକାଦାର ମାନେ ଶାଳପଡାର କଲ୍ୟାଣ ମଣ୍ଡପ ଠାରୁ ଏକତ୍ରିତ ହୋଇ ଏକ ସଙ୍ଗରେ ଭୁବନେଶ୍ୱର ଯାଇ ନିର୍ମାଣ ସୌଧ ଘେରାଉ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିଷ୍ପତି ହୋଇଛି ।


