ହାଟଡିହିରେ ନୁତନ ତହସିଲଦାରଙ୍କ ଯୋଗଦାନ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ତହସିଲରେ ନୁତନ ତହସିଲଦାର ଭାବେ ମିତାଲି ମଧୁଛନ୍ଦା ପାତ୍ର କାର୍ଯ୍ୟରେ ଯୋଗଦେଇଛନ୍ତି । ସେ ପୁର୍ବରୁ ରାଇରଙ୍ଗପୁର ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ । ସେ ହାଯଡିହି ତହସିଲରେ କାର୍ଯ୍ୟରେ ଯୋଗଦେବାପରେ ଅତିରିକ୍ତ ତହସିଲଦାର ରଶ୍ମୀରଞ୍ନ ଦାସ ଓ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ହାଟଡିହି ତହସିଲଟି ଜିଲ୍ଲାର ସର୍ବ ବୃହତ ତହସିଲ ଭାବେ ପରିଗଣିତ ହେଉଥିଲେବି ଗତ ଫେବୃୟାରୀ ମାସରୁ ଏଠାରେ ନିଯୁକ୍ତ ଥିବା ତହସିଲଦାର ଦିଲ୍ଲିପ କୁମାର ସାହୁଙ୍କର ଅନ୍ୟତ୍ର ବଦଳି ହୋଇଯିବାପରେ ଏହି ପଦବିଟି ଫାଙ୍କା ପଡିଥିଲା । ଫଳରେ ତହସିଲରେ ଅଚଳାବସ୍ଥା ଦେଖାଦେବା ସହିତ ନାନା ଲୋକମାନେ ସମସ୍ୟା ଭୋଗୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ