ହାଟଡିହିରେ ପଞ୍ଚାୟତରାଜ ଓ ଲୋକସେବା ଦିବସ ପାଳିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତରାଜ ଦିବସ ତଥା ଲୋକସେବା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠି, ହାଟଡ଼ିହି ବ୍ଳକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପଞ୍ଚାୟତରାଜ ଦିବସର ମହତ୍ବ ସମ୍ପର୍କରେ ଆଲୋକପାତ କରିବା ସହ ବିଜୁବାବୁଙ୍କ ମହାନ ବ୍ୟକ୍ତିତ୍ୱ ଉପରେ ମତବ୍ୟକ୍ତ କରିଥିଲେ । ଏଥିରେ ସରପଞ୍ଚ ଓ ସମିତିସଭ୍ୟଙ୍କ ସହ ବିଡ଼ିଓଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ଯୋଗଦେଇଥିଲେ। ସି.ପି ସୁବ୍ରତ କୁମାର ନାୟକ, ଯନ୍ତ୍ରୀ ଶାଶ୍ୱତ ରଞ୍ଜନ ଦାସ, ପିଇଓ ଜିତେନ୍ଦ୍ର କୁମାର ଜେନା, ଜୀବନ ରାଉତ, ସୁଦର୍ଶନ ଘଡେଇ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


