ହାଟଡିହିରେ ବିଜେପି ମହିଳା ମୋର୍ଚ୍ଚାର ସାଙ୍ଗଠନିକ ବୈଠକ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବିଜେପି କାର୍ଯ୍ୟାଳୟ ଠାରେ ବିଜେପି ମହିଳା ମୋର୍ଚ୍ଚାର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆନନ୍ଦପୁରର ବିଜେପି ନେତା ଆଲୋକ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ମମତା ସିଂ, ଉପସଭାପତି ଦିପ୍ତୀ ସାହୁ, ସମ୍ପାଦିକା ତୃପ୍ତୀମୟୀ ଜେନା, କୋଷାଧ୍ୟକ୍ଷା ଦିପ୍ତୀମୟୀ ଖୁଣ୍ଟିଆ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଜିଲ୍ଲା ସମ୍ପାଦକ ଦୀପକ ଜେନା ପ୍ରମୁଖ ଯୋଗଦେଇ ଆନନ୍ଦପୁର ଉପଖଣ୍ଡରେ ସରକାରୀ ସ୍ତରରେ ହୋଇଥିବା ଦୁର୍ନତି ବିରୁଦ୍ଧରେ ସ୍ୱର ଉତ୍ତୋଳନ ପାଇଁ ବିଜେପି ପକ୍ଷରୁ ଆଗାମି ଦିନରେ ନିଆଯିବାକୁ ଥିବା କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ରୁଦ୍ର ପ୍ରସାଦ ବେହେରା, ପ୍ରୀତମ ରୋସନ ମହାପାତ୍ର, ଜୟନ୍ତୀ ଜେନା, ସ୍ୱର୍ଣ୍ଣଲତା ବେହେରା, ମିନତୀ ମହାପାତ୍ର, ଝରଣା ଜେନା, କବିତା ଦାସ, ବିଜୟଲକ୍ଷ୍ମୀ ଜେନା, ବବିତା ସତପଥି, ମନ୍ଦାକିନୀ ନାୟକ, ବିନତା ବେହେରା, ସୁଜାତା ଜେନାଙ୍କ ସମେତ ମଣ୍ଡଳ ସଭାପତି ହରମୋହନ ଶାସିନି, ବଳଭଦ୍ର ବାରିକ, ପ୍ରଶାନ୍ତ ମହାପାତ୍ର, ଅନାଦି ସାହୁ, ଟୁକୁନା ମହାନ୍ତ, ବରିଷ୍ଠ କର୍ମକର୍ତ୍ତା ବେଣୁଧର ଜେନା, ଅଧର ବେହେରା, ପ୍ରଶାନ୍ତ ଦାସ, ଅଭିମନ୍ୟୁ ପରିଡା, ବୀର କିଶୋର ସାହୁ, ବିଶ୍ୱନାଥ ଦାସ, ଅନନ୍ତ ବେହେରା, ଶରତ ନାୟକ ପ୍ରମୁଖ ଯୋଗଦେଇଥିଲେ ।