ହାଟଡିହିରେ ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହିରେ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି। ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଓଁକାର ଅନ୍ଵେଷ, ମୂଖ୍ୟବକ୍ତା ଭାବେ ଡିଆଇଟିର ବରିଷ୍ଠ ପ୍ରଶିକ୍ଷକ ନରସିଂହ ମୁର୍ମୁ, ଶିକ୍ଷୟତ୍ରୀ ମାନସୀ ସାହୁ ପ୍ରମୁଖ ଯୋଗଦେଇ ଏହି ମେଳାର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ସିଆରସିସି ଦେବାଶିଷ ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସୁମନ୍ତ କୁମାର ନାୟକ ମଞ୍ଚ ସଂଯୋଜନା କରିଥିଲେ। ଏଥିରେ ବ୍ଲକର ସମସ୍ତ ସାଧନ କେନ୍ଦ୍ର ସ୍ତରୀୟ ୩୦ଟି ଯୋଗ୍ୟ ବିବେଚିତ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପିଲାମାନଙ୍କ ଦ୍ୱାରା ନିର୍ମିତ ଶିକ୍ଷଣ ସାମଗ୍ରୀ ଶିକ୍ଷଣୀୟ ଓ ବ୍ୟବହାର ଉପଯୋଗୀ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଅଞ୍ଜନ ଦାସ, ଗଦାଧର ଜେନା, କେଶବ କର, ପ୍ରଦୀପ ଦେହୁରୀ, କୃଷ୍ଣ ଚ଼ନ୍ଦ୍ର ନାହାକ, ଶ୍ରୀକାନ୍ତ ମିଶ୍ର, ଆଲୋକ ନାଥ, ଲକ୍ଷ୍ମଣ ମାଝୀ, ବିଜୟ ସା, ଯତିନ୍ଦ୍ର ସ୍ୱାଇଁ, ବିନୟ ଜେନା, ବୁଦ୍ଧଦେବ ରାଉତ, ସୁଶାନ୍ତ ସ୍ୱାଇଁ, ମଙ୍ଗଲ ହାଁସଦା, କଲ୍ୟାଣୀ ଜେନା, ସଂଘମିତ୍ରା ବେହେରା, ଦୀପକ ନାଏକ, ବିକାଶ ବାରିକ, ସୁଶ୍ରୀ ଏସ. ବେହେରା, ବିଶ୍ଵ ବନ୍ଦନା ଦାସଙ୍କ ସମେତ ଶତାଧିକ ଶିକ୍ଷକ, ଶିକ୍ଷୟତ୍ରୀ ଓ ସିଆରସିସି ମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ