ହାଟଡିହିରେ ରାଜ୍ୟ ସ୍ତରୀୟ ଶାରଦୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ

ହାଟଡ଼ିହି, ,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହିରେ ରାଜ୍ୟ ସ୍ତରୀୟ ଶାରଦୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ତଥା ବିଶିଷ୍ଟ ସାହିତ୍ୟିକ ଅନ୍ତର୍ଯ୍ୟାମୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶରଦୀୟ ସାହିତ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟକ ତଥା ବିଜେବି କଲେଜର ସହକାରୀ ପ୍ରଫେସର ଡ. ପ୍ରେମାନନ୍ଦ ମହାପାତ୍ର , ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାଶିଳ୍ପୀ ଡ. ହିରଣ୍ମୟୀ ମିଶ୍ର, ସମ୍ମାନୀତ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡ. ରାମଚନ୍ଦ୍ର ନାୟକ, ଡ. ନାରାୟଣ ସେନାପତି ପ୍ରମୁଖ ଯୋଗଦେଇ ଓଡିଆ ଭାଷା ସାହିତ୍ୟକୁ ସମୃଦ୍ଧି କରିବାରେ ଗ୍ରାମାଞ୍ଚଳର କବି ଲେଖକ ମାନଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ ବୋଲି ମତ ଦେଇଥିଲେ । ବିଶେଷକରି ନିଜ ପରିବାର ମଧ୍ୟରେ କଥାବାର୍ତ୍ତା ସମୟରେ ଇଂରାଜିକୁ ଛାଡି ଓଡିଆରେ କଥାବାର୍ତ୍ତା ହେଲେ ତାହା କୁନି କୁନି ପିଲାଙ୍କ ଉପରେ ଓଡିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରିବ ଓ ସେମାନେ ଭବିଷ୍ୟତରେ ଓଡିଆ କହିବାକୁ ପସନ୍ଦ କରିବେ ବୋଲି ମତ ରଖିଥିଲେ । ଏହି ଅବସରରେ କବି ବିଦ୍ୟୁତପ୍ରଭା ଦେଓଙ୍କ ଶିଶୁ ସାହିତ୍ୟ ପତ୍ରିକା ‘ଅକଲରେ ସାନ ନୁହଁଇ ସିଏ’, କବି ଯୋଗାଚାର୍ଯ୍ୟ ବାଇଧର ବେହେରାଙ୍କ ‘ପାକେଇ ନାନୀର ଟୋକେଇ ଖାଲି’, କବି ଭାଗବତ ସାହୁଙ୍କ ପୁସ୍ତକ ‘ଅଳସୀ ନଈ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ବାଳକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେସନକୁ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ହାଟଡିହି ସରପଞ୍ଚ ଅନୁସୟା ସେଠୀ, ସାହିତ୍ୟିକ ଡ. ଅଭିନ୍ନ ସାହୁ, ଆନନ୍ଦପୁର କଲେଜର ପୁର୍ବତନ ଅଧ୍ୟକ୍ଷ ରମାକାନ୍ତ ନାୟକ ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ କେନ୍ଦୁଝର, ଭଦ୍ରକ, ଯାଜପୁର, ବାଲେଶ୍ୱର ପ୍ରଭୃତି ଜିଲ୍ଲାରୁ ଯୋଗଦେଇଥିବା କବି ଓ କବୟତ୍ରୀମାନେ ଯୋଗଦେଇ ସେମାନଙ୍କ ସ୍ୱରଚିତ କବିତାମାନ ଅବୃତ୍ତି କରିଥିଲେ । ଯୁବକବି ଚିତ୍ତରଞ୍ଜନ ନାୟକ, କାଞ୍ଚନବାଳା ଜେନା, ଶ୍ରୀକାନ୍ତ ପଟ୍ଟନାୟକ, ଦାଶରଥି ଜେନା ପ୍ରମୁଖ ମଞ୍ଚ ସଂଯୋଜନା କରିଥିବାବେଳେ ସୁକାନ୍ତୀ ରାଉତ, ରତ୍ନାକର ଦାସ, ସୁବାସ ପାତ୍ର, ଚନ୍ଦନ ପଣ୍ଡା, ନିତ୍ୟାନନ୍ଦ ବେହେରା, ଅମୁଲ୍ୟ କୁମାର ମିଶ୍ର, ନାରାୟଣ ଚନ୍ଦ୍ର ଲେଙ୍କା, ନାରାୟଣ ସାହୁ, ଶିଶିର କୁମାର ବିଶ୍ୱାଳ, ମାଧବାନନ୍ଦ ଜେନା, ଶାନ୍ତନୁ କୁମାର ରାଉତ, ରାଧାକୃଷ୍ଣ ପତି,ପ୍ରଦୀପ କୁମାର ସ୍ୱାଇଁ, ପର୍ଶୁରାମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ