ହାଟଡିହିରେ ଷ୍ଟେଟବ୍ୟାଙ୍କର ଶାଖା ଖୋଲିବାକୁ ଦାବି

ହାଟଡିହି, (ବିକାଶ ବିଶ୍ୱାଳ) :-ସଂପ୍ରତି ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗ୍ରାହକ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଗ୍ରାହକଙ୍କୁ ଉପଯୁକ୍ତ ସେବା ଯୋଗାଇବାରେ କର୍ତ୍ତୁପକ୍ଷ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ିୋଷକରି ହାଟଡିହି ବ୍ଲକରେ ଷ୍ଟେବ୍ୟାଙ୍କର ଶାଖା ନଥିବା ଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହାଟଡିହି ବ୍ଳକଟି ୩୧ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବାବେଳେ ଏହାର ଲୋକ ସଂଖ୍ୟ ଏକ ଲକ୍ଷରୁ ଉର୍ଦ୍ଧ । ଏବେ ସାଧାରଣ ଲୋକଙ୍କର ଅଧିକାଶଂ କାର୍ଯ୍ୟ ବ୍ୟାଙ୍କ ମାଧ୍ୟମରେ କରାଯାଉଥିବାରୁ ଲୋକମାନେ ପ୍ରାୟତ ବ୍ୟାଙ୍କ ଉପରେ ନିର୍ଭର କରୁଛନ୍ତି । କିନ୍ତୁ ହାଟଡିହି ବ୍ଲକରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଷ୍ଟେଟବ୍ୟାଙ୍କ ଶାଖା ଖୋଲି ପାରିଲାନାହିଁ । କେବଳ ଆନନ୍ଦପୁରରେ ଷ୍ଟେଟବ୍ୟାଙ୍କ ଶାଖା ଥିବାରୁ ନୁଆ ଆକାଉଣ୍ଟ ଖୋଲିବାପାଇଁ ଲୋକମାନେ ବାରମ୍ବାର ଆନନ୍ଦପୁର ବ୍ୟାଙ୍କକୁ ଦୌଡୁଛନ୍ତି । ସାମାନ୍ୟ ଜମା ଓ ଉଠାଣପାଇଁ ଦୁରଦୁରାନ୍ତରୁ ଆନନ୍ଦପୁର ଯାଉଥିବା ଲୋକମାନେ ହଇରାଣ ହରକତ ହେଉଛନ୍ତି । ଜନସେବାକେନ୍ଦ୍ର ମାଧ୍ୟମରେ ଜମା ଉଠାଣ ହୋଇପାରୁଥିଲେ ମଧ୍ୟ ସେଥିରେ ଟଙ୍କା ଦେବାକୁ ପଡୁଥିବାରୁ ଲୋକମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି । ଏପରିକି ଜମା କି ଉଠାଣ ପାଇଁ ଆନନ୍ଦପୁର ଯିବାକୁ ହେଲେ ଗୋଟିଏ ଗୋଟିଏ ଦିନ ଅତିବାହିତ ହୋଇଯାଉଛି । ହାଟଡିହି ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆନନ୍ଦପୁର ଷ୍ଟେବ୍ୟାଙ୍କର ଦୁରତା ୪୦କିଲୋମିଟରରୁ ଉର୍ଦ୍ଧ ହେଉଥିବାରୁ ଅନେକ ସମୟରେ ଲୋକମାନେ ଟଙ୍କା ଉଠାଇ ଏତେ ଦୁରରୁ ଆସୁଥିବାବେଳେ ଲୁଟର ଶୀକାର ହେଉଥିବା ନଜିର ରହିଛି । ଏଭଳି ପରିସ୍ଥିତିରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବହୁ ଗୁରୁତ୍ୱପୁର୍ଣ୍ଣ ସ୍ଥାନରେ ଷ୍ଟେଟ୍ବ୍ୟାଙ୍କର ନୁତନ ଶାଖା ଖୋଲିବା ପାଇଁ ୨୦୦୯ରେ ହୋଇଥିବା ନିଷ୍ପତିର ଫାଇଲ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ଟେବୁଲ ତଳେ ଚାପି ହୋଇରହିଯାଇଛି । ବାରମ୍ବାର ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଥିଲେବି କର୍ତ୍ତୁପକ୍ଷଙ୍କ ଅଣଦେଖାରୁ ଗତ ୧୦ ବର୍ଷ ହେଲା କେନ୍ଦୁଝର ଜିଲାର ୬ଟି ସ୍ଥାନରେ ନୁଆ ଶାଖା ଖୋଲାଯିବା ପାଇଁ ନିଷ୍ପତ୍ତି ସରିଥିଲେ ମଧ୍ୟ ଅଦ୍ୟାବଧି ଏହା ଖୋଲିବାରେ ବିଳମ୍ବ ହେଉଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ହାଟଡିହି ବ୍ଲକର ଛେନାପଦିଛକ ଟି ଏକ ବ୍ୟବସାୟିକ ପେଣ୍ଠସ୍ଥଳି ଭାବେ ଉଭା ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ ଏଠାରେ କୌଣସି ରାଷ୍ଟ୍ରାୟତ ବ୍ୟାଙ୍କର ଶାଖା ଖୋଲି ପାରିଲାନି । ଏଠାରେ ଚାରିଶହରୁ ଉର୍ଦ୍ଧ ବ୍ୟବମସାୟିକ ପ୍ରତିଷ୍ଠାନ ଥିବାବେଳେ ଏମାନେ ହାଟଡିହି ଅଥବା ବଞ୍ଚୋ ବ୍ୟାଙ୍କ ଉପରେ ନିର୍ଭର କରୁଛନ୍ତି । ସେହିପରି ଏଠାରେ ବ୍ୟାଙ୍କ ଶାଖା ଖୋଲିବାପାିଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଥିବାବେଳେ କାହିଁକି ଏଠାରେ ବ୍ୟାଙ୍କ ଶାଖା ଖୋଲା ଯାଉନି ଓ କର୍ତ୍ତୁପକ୍ଷ କାହିଁକି ୁଦାସୀନତା ଦେଖାଉଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୁରନ୍ତ ଛେନାପଦିଛକରେ ଷ୍ଟେଟବ୍ୟାଙ୍କର ନୁଆ ଶାଖା ଖୋଲିବାପାଇଁ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ପୁର୍ବତନ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବଞ୍ଚୋ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ଜିଲ୍ଲାପରିଷଦ ବିମ୍ବାଧର ବିଶ୍ୱାଳ, ପନ୍ଦାଡୋ ସରପଞ୍ଚ ସଶ୍ମିତା ଓଝା, ପଞ୍ଚୁଗୋଛିଆ ସରପଞ୍ଚ ଦିନେଶ କୁମାର ସେଠୀ, ଓରାଳି ପଞ୍ଚାୟତର ପୁର୍ବତନ ସରପଞ୍ଚ ଅରୁଣ ପଧାନ, ସୁଶାନ୍ତ ରାଉତ, ଦେବେନେ୍ଦ୍ର ଜେନା, ବିନୟ ନାୟକ, ଯୋଗେନ୍ଦ୍ର ବେହେରା, ସୌମ୍ୟ ରଞ୍ଜନ ଜେନା, ବିକାଶ ବିଶ୍ୱାଳ, ଅଜୟ ଲେଙ୍କା, ରବିନ୍ଦ୍ର ଜେନା, କିଶୋର ଆଚାର୍ଯ୍ୟ, ରାଧାକୃଷ୍ଣ ପତି, ସୁଧାକର ଓଝା, ଚକ୍ରଧର ସାହୁ ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ