ହାଟଡିହିରେ ସ୍ୱଚ୍ଛଭାରତ ମିଶନ ଫେଜ-୨ ବୈଠକ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛ ଭାରତ ମିଶନ ଫେଜ-୨ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡିଓ ସୁଶ୍ରୀ ବିନିତା ବିଜୟିନୀ, ଜିଲ୍ଲା ପରିମଳ ପରାମର୍ଶଦାତା ସୁବାଶିଷ ମଲ୍ଲିକ, ସିଡିପିଓ ସରସ୍ୱତୀ ସେଠୀ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିମ୍ବାଧର ବିଶ୍ୱାଳ, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ, କାର୍ଯ୍ୟକ୍ରମର ନୋଡାଲ ଅଫିସର ତଥା ସହକାରୀଯନ୍ତ୍ରୀ ଅରବିନ୍ଦ ଆରୁଖ ପ୍ରମୁଖ ଯୋଗଦେଇ ଏହି ପ୍ରଥମ ପର୍ଯ୍ୟାୟରେ ଯେଉଁ ହିତାଧିକାରୀ ମାନେ ପାଇଖାନା ପାଇ ନାହାନ୍ତି ତାହାକୁ ଚିହ୍ନଟ କରାଯିବା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରତି ପଞ୍ଚାୟତର ଏସଏସଜି ଗ୍ରୁପ ମାନଙ୍କ ମାଧ୍ୟମରେ ଗୋବରଖତ ସଂଗ୍ରହ କରାଯିବାନେଇ ଆଲୋଚନା କରାଯାଇଥିଲା । ପ୍ରଥମେ ୧୬ଟି ପଞ୍ଚାୟତକୁ ନେଇ ଏହି ଯୋଜନା କାର୍ଯ୍ୟକାରୀ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହା ଆସନ୍ତା ଅକ୍ଟୋବର ୨ରୁ ଆରମ୍ଭ କରାଯିବା ନେଇ ସୁଚନା ଦେଇଥିଲେ । ଏଥିରେ ବିଭିନ୍ନ ପଞ୍ଚାୟତର କନିଷ୍ଠଯନ୍ତ୍ରୀ, ଜିଆରଏସ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ