୮୫୪ଜଣଙ୍କୁ ଡିଏମଏଫ ଛାତ୍ରବୃତ୍ତି ପ୍ରଦାନ

ହାଟଡ଼ିହି : ବିଭିନ୍ନ ସ୍କୁଲର ୮୫୪ଜଣ ଛାତ୍ରଛାତ୍ରୀଙ୍କୁ ଡିଏମଏଫ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ପ୍ରଥମସ୍ଥାନ ହାସଲ କରିଥିବା ବାଙ୍ଗୋର ଉପ୍ରା ବିଦ୍ୟାଳୟ, ମୁଗୁପୁର ହାଇସ୍କୁଲ, ଆର.ବି ହାଇସ୍କୁଲ ଷଡଙ୍ଗ ପ୍ରଭୃତି ୩ଟି ବିଦ୍ୟାଳୟ ସମେତ ବିଭିନ୍ନ ବର୍ଗର ୧୨ଜଣ କୃତ୍ତି ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ସ୍ତରରେ ପୁରସ୍କୃତ କରାଯାଇଛି । ପ୍ରଥମ ୧୦ଟି ସ୍ଥାନରେ ରହିଥିବା ସରକାରୀ ହାଇସ୍କୁଲ ବାଙ୍ଗୋର, ନୁଆବାଲିପାଳ ପ୍ରାଥମିକ ବିଦ୍ୟାଳୟ, ସରକାରୀ ହାଇସ୍କୁଲ ବାଲିବରେଇ, ଗୋପୀନାଥଜୀୟୁ ବିଦ୍ୟା ମନ୍ଦିର ଆମ୍ବୋ, କପିଳେଶ୍ୱର ହାଇସ୍କୁଲ କଳିଗାଁ, ପଢ଼ିଆରିପଲ୍ଲି ଏନୟୁପିଏସ, ସୋସୋ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ହାଟଡିହି ଠାରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି । ଏବିଇଓ ସୁରଥ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଗାୟତ୍ରୀ ସୋରେନ, ମୁଖ୍ୟ ବକ୍ତା ଭାବେ ହାଟଡିହି ବ୍ଲକର ବିଡିଓ ଜୟଦେବ ଦାସ, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ୩୫ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟା ଜୟାପ୍ରଦା ସା, ୩୬ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ଏବିଇଓ ତଥା ବିଆରସିସି ବିନୋଦ କୁମାର ରାଉତ, ଏବିଇଓ ସୁରେଶ କୁମାର ଜେନା ପ୍ରମୁଖ ଯୋଗଦେଇ ଡିଏମଏଫ ଛାତ୍ରବୃତ୍ତି ଦ୍ୱାରା କୃତ୍ତି ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ଗୁଡିକ ଉପକୃତ ହେବେ ବୋଲି ମତବ୍ୟକ୍ତ କରିଥିଲେ । ୨୦୧୯/୨୦ବର୍ଷରେ ୩ୟଶ୍ରେଣୀରେ ପଢ଼ୁଥିବା ୨୫୬୧ଜଣ ଛାତ୍ରୀଙ୍କ ମଧ୍ୟରୁ ୨୦୦୪ଜଣ ବୃତ୍ତି ପରୀକ୍ଷା ଦେଇଥିବାବେଳେ ତନ୍ମଧ୍ୟରୁ ୨୮୦ଜଣ ବୃତ୍ତି ପାଇଁ ମନୋୀତ ହୋଇଥିଲେ । ସେହିପରି ୫ମରେ ୨୪୪୦ଜଣ ପଢ଼ୁଥିବାବେଳେ ୧୯୯୦ଜଣ ବୃତ୍ତି ପରୀକ୍ଷା ଦେଇଥିବାବେଳେ ୨୭୮ଜଣ କୃତକାର୍ଯ୍ୟ ହୋଇଥିଲେ । ସେହିପରି ୮ମରେ ୨୩୬୪ଜଣ ଅଧ୍ୟୟନ କରୁଥିବାବେଳେ ୧୯୦୪ଜଣ ବୃତ୍ତି ପରୀକ୍ଷାଦେଇ ୨୯୬ଜଣ କୃତକାର୍ଯ୍ୟ ହୋଇଥିଲେ । ୮ମଶ୍ରେଣୀ କୃତ୍ତି ଛାତ୍ରଛାତ୍ରୀଙ୍କ ପାଇଁ ୮ହଜାର, ୫ମଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୫ହଜାର ଓ ୩ୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୩ହଜାର ଟଙ୍କାର ପୁରସ୍କାର ରାଶି ସହିତ ଶ୍ରେଷ୍ଠ ୧୦ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ୫ହଜାର କରି ପୁରସ୍କାର ପ୍ରଦାନ କରାଯିବା ସହ ଛାତ୍ରଛାତ୍ରୀଙ୍କ ସଂଖ୍ୟାନୁଯାଇ ପ୍ରତି ଛାତ୍ରପିଛା୧୭୫ଟଙ୍କା ଲେଖାଏଁ ସ୍କୁଲ ପରିଚାଳନା କମିଟିକୁ ପୁରସ୍କୃତ କରାଯିବ ବୋଲି ଅତିଥିମାନେ ସୁଚନା ଦେଇଥିଲେ । ଏହି ଅବସରରେ ପ୍ରଥମ ୧୦ଟିସ୍ଥାନ ହାସଲ କରିଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ଟ୍ରଫି ପ୍ରଦାନ କରାଯାଇଥିଲା । ପରେ ବିଦ୍ୟାଳୟ ଅନୁଯାଇ କୃତ୍ତି ଛାତ୍ରଛାତ୍ରୀଙ୍କୁ ମଞ୍ଚକୁ ଡାକି ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଶ୍ରୀକାନ୍ତ ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିବାବେଳେ ସିଆରସିସି ପ୍ରଫୁଲ କୁମାର ସାହୁ, ପ୍ରଭାକର ବେହେରା, ଅକ୍ଷୟ ଖଟୁଆ, ମୃତ୍ୟୁଞ୍ଜୟ ନନ୍ଦ, ରତ୍ନାକର ସାହୁ, ଯତିନ୍ଦ୍ର ନାଥ ମଲ୍ଲିକ, କେଶବ ଚନ୍ଦ୍ର କରଙ୍କ ସମେତ ସମସ୍ତ ସିଆରସିସି ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ