ହାଟଡିହିର ବିଭିନ୍ନ ଅଞ୍ଚଳରେ ଗଣେଷ ପୂଜା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଥିବା ସ୍କୁଲ, କଲେଜ ଓ ଅନୁଷ୍ଠାନ ମାନଙ୍କରେ ପ୍ରଭୂ ଗଜାନନଙ୍କ ପୂଜାତ୍ସୋବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶାସଙ୍ଗ ହାଇସ୍କୁଲ, ହାଟଡିହି ହାଇସ୍କୁଲ, ବଞ୍ଚୋ ବରାହୀ ହାଇସ୍କୁଲ, ଶାଳଣିଆଁ ହାଇସ୍କୁଲ, କଳିଗାଁ ହାଇସ୍କୁଲ, ନନ୍ଦିପଦାହାଟ ହାଇସ୍କୁଲ, ଢ଼େଙ୍କା ହାଇସ୍କୁଲ, ମୁଗୁପୁର ହାଇସ୍କୁଲ, ବାଙ୍ଗୋର ବିପି ହାଇସ୍କୁଲ, ବଣିଆପଙ୍କ ହାଇସ୍କୁଲ, ସେଣ୍ଟ ଜାଭିୟର ହାଇସ୍କୁଲ ଚଣ୍ଡୀ ବିରଞ୍ଚିପୁର, ହାଟଡିହି କଲେଜ, ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟ, ବଉଳା କଲେଜ ସୋସୋ, ଶାସଙ୍ଗ ଶିଖରେଶ୍ୱର ଯୁବକ ସଂଘ, ଅଁରା ବଜରଙ୍ଗୀ ୟୁଥ କ୍ଲବ, ବଉଳାଶୁଣୀ କ୍ଲବ, ବାଇଧର ନୋଡାଲ ୟୁପି ସ୍କୁଲ, ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସମେତ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ବିଦ୍ୟାଦାତା ପ୍ରଭୁ ଗଜାନନଙ୍କ ପୂଜା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଶାସଙ୍ଗ ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ୱାଳ ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପୂଜାକୁ ଶିକ୍ଷକ ରାଧାକୃଷ୍ଣ ପତି, ଶିଶିର କୁମାର ବିଶ୍ୱାଳ, ଲକ୍ଷ୍ମୀକାନ୍ତ ମିଶ୍ର, ନବ କିଶୋର ବିଶ୍ୱାଳ, ମାଧବାନନ୍ଦ ଜେନା, ଶାନ୍ତନୁ କୁମାର ରାଉତ, ପଦ୍ମନାଭ ପଣ୍ଡା, ପ୍ରଦୀପ କୁମାର ସ୍ୱାଇଁ, ରମେଶ କୁମାର ନାୟକ, ସତ୍ୟବ୍ରତ ବିଶ୍ୱାଳ, ପର୍ଶୁରାମ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ହାଟଡିହି ବିଇଓ ଧନେଶ୍ୱର ଖଣ୍ଡେଇ, ଘସିପୁରା ବିଇଓ ତପୋଧନ ସ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ପୂଜାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ସେହିପରି ଛେନାପଦି ସ୍ଥିତ ସାଇସ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ହିମାଶୁଂ କୁମାର ନାୟକ, ପ୍ରମୋଦ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ମାନେ ପୂଜାକାର୍ଯ୍ୟ ସମ୍ପାଦାନ କରିଥିଲେ । ସେହିପରି ସେଣ୍ଟ ଜାଭିୟର ହାଇସ୍କୁଲରେ ସଭାପତି ଉଦୟନାଥ କରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପୂଜାରେ ଟ୍ରଷ୍ଟି ସୁରେନ୍ଦ୍ର ନାଥ କର, ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ । ସେହିପରି ଅଁରା ଗ୍ରାମର ବଜରଙ୍ଗୀ କ୍ଲବ ପକ୍ଷରୁ ମହା ଆଡମ୍ବର ସହକାରେ ପ୍ରଭୂ ଗଜାନନଙ୍କ ପୁଜା କରାଯାଇଛି । ଆଲୋକମାଳାରେ ପୂଜା ମଣ୍ଡପକୁ ସୁସଜ୍ଜିତ କରାଯାଇଥିବାବେଳେ ସନ୍ତୋଷ ପରିଡା, ଶିବ ପ୍ରସାଦ ରାଉତ, ପ୍ରୀୟ ରଞ୍ଜନ ରାଜ, ଶକ୍ତିଧର ରାଉତ, ରାଜେନ୍ଦ୍ର ଖଣ୍ଡେଇ, ବିକନ ବେହେରା, ମହେଶ୍ୱର ଆଇଚ, ଧବଳେଶ୍ୱର ବେହେରା, ନିରାକାର ସେଠୀ, ସୁରେଶ ବାରିକ, ଶିବ ସୁତାର, ସୌମ୍ୟ ରଞ୍ଜନ ରାଜ, ସୁଶିଲ ବେହେରା ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦାନ କରିଛନ୍ତି ।