ହାଟଡିହିର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ମଧ୍ୟ ମହା ଆଡମ୍ବର ସହକାରେ ପୂଜାର୍ଚ୍ଚନା ହେଉଥିବା ଦେଖିବାକୁ ମିଳିଥିଲା । ଆଜି ଛେନାପଦି ବିଦୁ୍ୟତ ସବସେଷ୍ଟନ କାର୍ଯ୍ୟାଳୟ ଦଧିବାବନପୁର ଠାରେ ମହା ଆଡମ୍ପର ସହକାରେ ପୂଜାର୍ଚ୍ଚନା ହୋଇଥିଲା । ଏଥିରେ ପ୍ରତାପ ନନ୍ଦ, ଚିନ୍ମୟ ମିଶ୍ର, ସତ୍ୟଜିତ ରାଉତ, ସଞ୍ଜୟ ବଳ, ସତ୍ୟ ରାଉତ, ଶିବ ଦାସ, ରାଜେଶ ଜେନା, ସିପୁ ଜେନା, ସୋମନାଥ ନାୟକ, ଜଗା ପଣ୍ଡା, ଅତନୁ ପଣ୍ଡା, ସୁଶାନ୍ତ ପାତ୍ର ପ୍ରମୁଖ ସାମିଲ ହୋଇ ପୂଜାକାର୍ଯ୍ୟ ସମ୍ପାଦାନ କରିଥିଲେ । ସେହପରି ବିଭିନ୍ନ ଛକ ବଜାର ମାନଙ୍କରେ ଥିବା ଦୋକାନ, ଗ୍ୟାରେଜ, ଓ ଡ୍ରାଇଭର ସଂଘ ପକ୍ଷରୁ ମଧ୍ୟ ଦେବଶିଳ୍ପୀଙ୍କ ପୂଜା କରାଯାଉଥିବା ଦେଖିବାକୁ ମିଳିଥିଲା । ଏପରିକି ଗୋଟିଏ ଗୋଟିଏ ସ୍ଥାନରେ ଶହଶହ ବାଇକ, ଗାଡି ରଖି ପୂଜା କରାଯାୁଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ