ହାଟଡିହି ଅଞ୍ଚଳରେ ଓଡିଶାବନ୍ଦର ପ୍ରଭାବ ପଡିଲାନି

ହାଟଡ଼ିହି, (ବିକାଶ ବିଶ୍ୱାଳ): ତୈଳଦର ବୃଦ୍ଧି ଓ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଓ ବା ଦଳଗୁଡିକ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରା ପ୍ରଭାବହୀନ ହୋଇଛି । ହାଟଡିହି ଅଞ୍ଚଳରେ ସମସ୍ତ ଦୋକାନବଜାର ଖୋଲା ରହିଥିବାବେଳେ ଆନନ୍ଦପୁର-ଭଦ୍ରକ ୫୩ନଂ ରାଜ୍ୟ ରାଜପଥରେ ଗାଡିଚଳାଚଳ ସ୍ୱାଭାବିକ ଥିଲା । ଛେନାପଦି, ହାଟଡିହି, ମରେଗାଁ, ଶାଳଣିଆଁ, ବରାଙ୍ଗଛକ, ଢ଼େଙ୍କା, ବଡରମ୍ପାସ, ବିଦ୍ୟାଧରପୁର ଆଦି ଅଞ୍ଚଳରେ ଦୋକାନବଜାର ଗୁଡିକ ଖୋଲା ରହିଥିବାବେଳେ ବ୍ଲକ, ତହସିଲ କାର୍ଯ୍ୟାଳୟ, ଉପକୋଷାଗାର, ବ୍ୟାଙ୍କ ସହିତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକ ସ୍ୱାଭାବିକ ଭାବେ ଖୋଲା ରହିଥିଲା । କୌଣସି ସ୍ଥାନରେ କର୍ମୀମାନେ ପିକେଟିଂ କରିବା ଦେଖିବାକୁ ମିଳିନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ