ହାଟଡିହି ଅଞ୍ଚଳରେ କାଳବୈଶାଖିର ପ୍ରଭାବ, ଭାଙ୍ଗିଲା ଦଧିନଉତି

ହାଟଡିହିି, (ବିକାଶ ବିଶ୍ୱାଳ):ଆଜି ଅପରାହ୍ନ ୪ଟାରେ ହାଟଡିହି ବ୍ଲକ ଅଞ୍ଚଳେ କାଳବୈଶାଖି ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ବର୍ଷା କମ ହୋଇଥିବାବେଳେ ପବନର ବେଗ ପ୍ରଖର ଥିବାରୁ ଅନେକ ସ୍ଥାନରେ ଚାଳଘରସବୁ ଉଡି ଯାଇଥିବାବେଳେ କେତେକ ସ୍ଥାନରେ ବିଦୁ୍ୟତ ଖୁଣ୍ଟ ଗୁଡିକ ନଇଁ ପଡିଛି । ଶାସଙ୍ଗ ଶିଖରେଶ୍ୱର ମନ୍ଦିରର ଦଧିନଉତି ଭାଙ୍ଗି ପଡିଥିବାବେଳେ ଛେନାପଦି ତାରିଣୀ ମନ୍ଦିର ପରିସରରେ ଥିବା ଏକ ରୁଦ୍ରାକ୍ଷଗଛ ଭାଙ୍ଗି ପଡିଛି । ସେହିପରି ସମଣା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିରାଟ ବିରାଟ ଗଛ ସବୁ ୁପଡି ପଡିଥିବାବେଳେ ଦୁଡୁଗାଁ ଗ୍ରାମରେ ଗଛପଡି ନିରଞ୍ଜନ ଶଙ୍ଖୁଆ, ରାଜେନ୍ଦ୍ର ଶଙ୍ଖୁଆ, ହାଡିବନ୍ଧୁ ଶଙ୍ଖୁଆ, କେଶବ ମଲ୍ଲିକଙ୍କ ସମେତ ଅନେକ ଚାଳଘର ଭାଙ୍ଗି ରୁଜି ଯାଇଥିବା ଜଣାଯାଇଛି । ସେହିପରି ବଞ୍ଚୋ, ଅକରୁଆ, ପଞ୍ଚୁଗୋଛିଆ, ବଡରମ୍ପାସ, ଆମ୍ବୋ, ହାଟଡିହି, ମରୈଗାଁ ଆଦି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣଶଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ