ହାଟଡିହି କଲେଜରେ ଜାତୀୟ ଯୁବ ଦିବସ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ) :ଆଞ୍ଚଳିକ ମହାବିଦ୍ୟାଳୟ ହାଟଡିହିର ଜାତୀୟ ସେବା ଯୋଜନା ଦ୍ୱାରା ଜାତୀୟ ଯୁବ ଦିବସ ପାଳିିତ ହୋଇଯାଇଛି । ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଚକ୍ରଧର ଦାସଙ୍କ ସଂଯୋଜନାରେ ୱେବିନାର ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ, ଅଧ୍ୟାପକ ରବିନାରାୟଣ ବିଶ୍ୱାଳ, ଅଧ୍ୟାପକ ବିଜୟ କୁମାର ନାୟକ, ଅଧ୍ୟାପକ ରବିନ୍ଦ୍ର ନାଥ ଜେନା, ଅଧ୍ୟାପିକା ଶଶିକଳା ଦାସ, ଅଧ୍ୟାପିକା ଜ୍ୟୋତିର୍ମୟୀ ମଲ୍ଲିକ, ଅଧ୍ୟାପକ ପ୍ରଣୟ କୁମାର ନାୟକ, ଅଧ୍ୟାପକ ବୃନ୍ଦାବନ ଓଝା ଅଦ୍ୟାପକ ଜଳଧର ଦାଶ, ଅଧ୍ୟାପକ ବିରଭଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ, ଦର୍ଶନ, ଧ୍ୟାନ, ଯୋଗ, ଭାରତୀୟ ସଂସ୍କୃତି, ଯୁବ ସମାଜ, ଶିକ୍ଷା ଓ ଆଜିର ସମାଜରେ ଥିବା ଅନ୍ଧବିଶ୍ୱାସ ଉପରେ ଆଲୋକପାତ କରିଥିଲେ । ଛାତ୍ରୀ ସୁଭଦ୍ରା ରାଉତ, ଯାଜ୍ଞସେନୀ ନାୟକ, ବର୍ଷାରାଣୀ ସେଠୀ, ସୋନାଲିସା ମହାନ୍ତି, ତପସ୍ୱିନୀ ମହାନ୍ତି, ସ୍ମୃତି ଶିବାନୀ ଜେନା, ସ୍ୱାଗତିକା ବେହେରା, ସିପାଞ୍ଜଳୀ ମଲ୍ଲିକ, ଲକ୍ଷ୍ମୀପ୍ରୀୟା ମହାନ୍ତି, ଛାତ୍ର ତାରିଣୀ ପ୍ରସାଦ ସେଠୀ, ଅନିଲ କୁମାର ମଣ୍ଡଳ, ମାନସ ରଞ୍ଜନ ରାଉତ, ଦିଲ୍ଲିପ କୁମାର ମଣ୍ଡଳ, ଜନ୍ମେଜୟ ବେହେରା, ସୌମ୍ୟଦର୍ଶନ ଦାଶ, ଅବିନାଶ ତ୍ରିପାଠୀ, ଦେବାଶିଷ ସାହୁ, ଅଜୟ କୁମାର ଜେନା, ପ୍ରୀୟବ୍ରତ ପଣ୍ଡା, ଅଭିଷେକ ପରିଡା, ପ୍ରମୋଦ ରଣା, ଦିଲୁ ଜେନା, ବିଶ୍ୱଜିତ ଜେନା, ରାଜେଶ କୁମାର କଟୁଆ, ଉମେଶ କଟୁଆ, ଶଶିକାନ୍ତ ଜେନା, ସତ୍ୟଜିତ ଗିରି, ସୁବାଶ କୁମାର ବେହେରା, ସୂର୍ଯ୍ୟକାନ୍ତ ଜେନା, ମାନସ ରଞ୍ଜନ ଆୟଚ, ରଜେନ୍ଦ୍ର ସେଠୀ, ଅମିତ କୁମାର ସାହା, ସଞ୍ଜୟ କୁମାର ଦାଶ, ଲିପୁନ କୁମାର ଜେନା ପ୍ରମୁଖ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ବରିଷ୍ଠ କିରାଣୀ ଅନନ୍ତ ଚରଣ ବେହେରା, ଜିତେନ୍ଦ୍ର ବିଶ୍ୱାଳ, ଅବିନାଶ ରାଉତ, ସତ୍ୟାନନ୍ଦ ନାୟକ, ରଘୁନାଥ ରାଉତ ପ୍ରମୁଖ କାର୍ଯ୍ରକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ