ହାଟଡିହି କଲେଜରେ ବାଳିକା ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ

ହାଟଡିହି, (ବିକାଶ ବିଶ୍ୱାଳ):ଆଞ୍ଚଳିକ ମହାବିଦ୍ୟାଳୟ ହାଟଡିହିର ବାଳିକା ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଅଧ୍ୟାପକ ବୀରଭଦ୍ର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରକୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଲେଜର ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ, ହାଟଡିହି ସରପଞ୍ଚ ଚିନ୍ମୟ ନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିବାବେଳେ ପ୍ରଶିକ୍ଷିକା ଭାବେ ସୀମା ସୀମନ୍ତିନୀ ସାହୁ, ବିଳାଶିନୀ ସାହୁ ଯୋଗଦେଇ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କୌଶଳ ଉପରେ ପ୍ରଶିକ୍ଷଣ ଦେଇଥିଲେ । ଏହି ଶିବିରରେ ୧୫୨ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିବାବେଳେ ଏହି ଶିବିର ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧ୍ୟାପକ ରବିନାରାୟଣ ବିଶ୍ୱାଳ, ରବିନ୍ଦ୍ରନାଥ ଜେନା, ଶଶିକଳା ଦାସ, ବୃନ୍ଦାବନ ଓଝା, ଚକ୍ରଧର ଦାସ, ଜଳଧର ଦାସ, ବୀରଭଦ୍ର ପ୍ରଧାନ, ବିଶ୍ୱରଞ୍ଜନ ଜେନା, ଜ୍ୟୋତିରୁପା ମଲ୍ଲିକ, ଗୌରାଙ୍ଗ ଚରଣ ନାୟକ, ପୁର୍ଣ୍ଣଚନ୍ଦ୍ର ବେହେରା, ନିଲମ ସ୍ୱୟାଁ, ମିନତୀ ବେହୁରିଆ, ଲିପ୍ସା ପ୍ରୀୟଦର୍ଶନୀ ବେହେରା, ମହେଶ୍ୱତା ଶର୍ମା, ମିନତୀ ବାସ୍କେ, ଗଙ୍ଗାଧର ପରିଡା, ଅଞ୍ଜନ ମହାନ୍ତି, ସରୀତା ପଣ୍ଡା, ଅନନ୍ତ ଚରଣ ବେହେରା, ପ୍ରଣୟ କୁମାର ନାୟକ, ସନାତନ କର, ସତ୍ୟାନନ୍ଦ ନାୟକ, ରଘୁନାଥ ରାଉତଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ