ହାଟଡିହି କଲେଜରେ ଯୁକ୍ତ୩ ବିଜ୍ଞାନ ଓ ବାଣିଜ୍ୟ ଖୋଲିବାପାଇଁ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ଛାତ୍ରନେତା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି କଲେଜରେ ଯୁକ୍ତ୩ ବିଜ୍ଞାନ ଓ ବାଣିଜ୍ୟ ଖୋଲିବାପାଇଁ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି ଛାତ୍ରନେତା ରୁଦ୍ର ପ୍ରସାଦ ଜେନା । ଉଚ୍ଚ ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଆଜି କେନ୍ଦୁଝର ଜିଲ୍ଲ୍ଲା ଗ୍ରସ୍ଥସମୟରେ ଘଟଙ୍ଗା ଠାରେ ବିଜେପି ନେତା ସୁଶାନ୍ତ ଜେନାଙ୍କ ନେତୃତ୍ବରେ ଛାତ୍ର ନେତା ରୁଦ୍ର ପ୍ରସାଦ ଜେନା, ସୋମନାଥ ରାଜ ପ୍ରମୁଖ ସାଂସଦ ଅନନ୍ତ ନାୟକଙ୍କ ଉପସ୍ଥିତିରେ ଶିକ୍ଷାମନ୍ତ୍ରୀଙ୍କୁ ଭେଟି ହାଟଡିହି କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହାଟଡିହି କଲେଜରେ ଯୁକ୍ତ୩ବିଜ୍ଞାନ ଓ ଯୁକ୍ତ ୩ ବାଣିଜ୍ୟ ନଥିବାରୁ ଯୁକ୍ତଦୁଇ ପରେ ଉଚ୍ଚଶିକ୍ଷାପାଇଁ ନାନା ଅସୁବିଧା ଭୋଗ କରୁଛନ୍ତି। ଏପରିକି ଦୁରଦୁରାନ୍ତ କୁ ଯାଇ ଶିକ୍ଷାଲାଭ କରିବା ସୁବିଧା ଜନକ ହୋଇପାରୁ ନ ଥିବାରୁ ଅନେକ ଗରିବ ଛାତ୍ରଛାତ୍ରୀ ଯୁକ୍ତ୨ ପରେ ପାଠପଢାରେ ଡୋରି ବାନ୍ଧୁଛନ୍ତି ବୋଲି ମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ଏନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିବା ବିଜେପି ନେତା ସୁଶାନ୍ତ ଜେନା ସୂୁଚ଼ନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ