ହାଟଡିହି କଲେଜର ଚାତୀୟ ସେବା ଯୋଜନାରେ ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ଅରଞ୍ଚଳିକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସାତଦିନିଆ ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ଶାସଙ୍ଗ ପଞ୍ଚାୟତର ଅସିଆ ଗ୍ରାମରେ ଅନୁଷ୍ଠିତ ହୋଇଛି । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଓ ହାଟଡିହି ଆଞ୍ଚ,ଳିକ ମହାବିଦ୍ୟାଳୟର ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଚକ୍ରଧର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଅଧ୍ୟାପିକା ନିଲମ ସ୍ୱାଇଁ, ଅସିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରାକାର ଜେନା, ଅଜୟ କୁମାର ଦାଶ, ବିଶ୍ୱରଞ୍ଜନ ଜେନା, ମିନତୀ ମାସ୍କେ, ବୃନ୍ଦାବନ ଓଝା, ଗୌରାଙ୍ଗ ଚରଣ ନାୟକ, ଅନନ୍ତ ଚରଣ ବେହେରା ପ୍ରମୁଖ ଯୋଗଦେଇ ଏନଏସଏସ ଶିବିରର ତାତ୍ପର୍ଯ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ଶିବିରରେ ବିଶ୍ୱରୁପା ମଣ୍ଡଳ, ଇତିଶ୍ରୀ ରାଉତ, କାଦମ୍ବିନୀ ଜେନା, ପ୍ରଜ୍ଞା ରାଉତ, ତପସ୍ୱିନୀ ମହାନ୍ତି, ମୋନାଲିଶା ମହାନ୍ତି, ବର୍ଷାରାଣୀ ସେଠୀ, ପୁର୍ଣ୍ଣିମା ମୁଦୁଲି, ପ୍ରତିମା ଖଟୁଆ, ଫୁଲରାଣୀ ଖଟୁଆ, ମନୋରମା ଜେନା, ସୋଫିଆ ପ୍ରୀୟଦର୍ଶନୀ ଜେନା, ଶୁଭଶ୍ରୀ ଶଙ୍ଖୁଆଳ, ସୁଚିତ୍ରା ନାଇକ, ବୈଶାଖି ସାହୁ, ଲକ୍ଷ୍ମୀପ୍ରୀୟା ମହାନ୍ତି, ଉତ୍ପଳା ବେହେରା, ରାଜେନ୍ଦ୍ର ସେଠୀ, ଶଶିକାନ୍ତ ଜେନା, ରଜତ ମଲ୍ଲିକ, ମିତା ଖଟୁଆ, ଦେବାଶିଷ ସାହୁ, ଚତୁର୍ଭୁଜ ଜେନା, ଅଭିଶେକ ପରିଡାଙ୍କ ସମେତ ଅନେକ ଛାତ୍ରଛାତ୍ରୀ ଶିବିରରେ ଆଂଶ ଗ୍ରହଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ