ହାଟଡିହି କଲେଜର ଜାତୀୟ ସ୍ୱତନ୍ତ୍ର ସେବା ଶିବର ଉଦଯାପିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଓ ହାଟଡିହି କଲେଜର ମିଳିତ ଉଦ୍ୟମରେ ଅସିଆ ଗ୍ରାମରେ ୭ଦିନ ଧରି ଚାଲିଥିବା ଜାତୀୟ ସେବା ଯୋଜନାରେ ଚାଲିଥିବା ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବର ଉଦ୍ଯାପିତ ହୋଇଯାଇଛି । ଏହି ୭ଦିନିଆ ଶିବିରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟ, ପରିବେଶ ସଚେତନତା, ଜଳ ସଂରକ୍ଷଣ, ସ୍ୱାସ୍ଥ୍ୟ ସେୁତନତା, ଯୋଗ ଶିକ୍ଷା, ବିଦ୍ୟାଳୟ ଚାଲ ଅଭିଯାନ, ରାସ୍ତା ମରାମତି, ବୃକ୍ଷରୋପଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ଉଦଯାପନି ଉତ୍ସବରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏନ.ଏସ.ଏସ. ସେବାର ମହତ୍ୱ ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିବା ସହିତ ଏହି ଶିବିରରେ ଯୋଗଦେଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୂ ମାନପତ୍ର ପ୍ରଦାନ କରିଥିଲେ । ଏନଏସଏସ ପ୍ରୋଗ୍ରାମ ଅଫିସର ଚକ୍ରଧର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ନୀଲମ ସ୍ୱାଇଁ, ଜଳଧର ଦାସ, ବିଜୟ କୁମାର ନାୟକ, ସନାତନ ଖୁଣ୍ଟିଆ, ଅସିଅ୍ରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରାକାର ଜେନା, ଅଜୟ କୁମାର ଦାସ, ବିଶ୍ୱରଞ୍ଜନ ଜେନା, ମୀନତୀ ବାସ୍କେ, ବୃନ୍ଦାବନ ଓଝା, ଗୌରାଙ୍ଗ ଚରଣ ନାୟକ, ରବି ନାରାୟଣ ବିଶ୍ୱାଳ, ଅନନ୍ତ ଚରଣ ବେହେରା, ରଘୁନାଥ ରାଉତ, ସୌଭାଗ୍ୟ ଜେନା, ଭାଗ୍ୟଲକ୍ଷ୍ମୀ ବେହେରା ପ୍ରମୁଖ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି ଶିବିରକୁ ସଫଳ କରାଇଥିଲେ । ଏହି ଶିବିରରେ ୭୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ