ହାଟଡିହି କଲେଜର ବାର୍ଷୀକ କ୍ରୀଡା ଉଦ୍ଯାପିତ
ହାଟଡ଼ିହି : ଆଞ୍ଚଳିକ ମହାବିଦ୍ୟାଳୟର ବାର୍ଷର୍ିକ କ୍ରୀଡା ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି । ଦୁଇଦିନ ଧରି ଚାଲିଥିବା ଏହି ପ୍ରତିଯୋଗୀତାରେ ସଟଫୁଟ, ଜାଭେଲିନି,ଲମ୍ବଡିଆଁ, ଉଚ୍ଚଡିଆଁ, ମିଉଜିକ ଚେୟାର, ଡିସକସ ଥ୍ରୋ ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । କାହ୍ନୁ ଚରଣ ବେହେରା, ବିକାଶ ବିଶ୍ୱାଳ, ମାମାଲି ନାୟକ,ରଶ୍ମିତା ମଲ୍ଲିକ, ଗଙ୍ଗାଧର ନାଇକ, କାହ୍ନୁ ଚରଣ ବେହେରାସବ୍ୟସାଚୀ ରାଉତ, ପ୍ରଜ୍ଞାପରମିତା ଜେନା, ୂଜ୍ୟୋତି ରଞ୍ଜନ ନାଇକ, ସନ୍ତୋଷୀ ବେହେରା, ରଶ୍ମିରଞ୍ଜନ ନାଇକ, ନିବେଦୀତା ଆୟଚ, ଜ୍ୟୋତି ରଞ୍ଜନ ନାୟକ, ସୀତା ନାୟକ, ହିମାଶୁଂ ଶେଖର ଘଡେଇ,ତ୍ରିଲୋଚନ ସାହୁ, ସରୋଜ କୁମାର ଜେନା, ଅବିନାଶ ତ୍ରିପାଠୀ, ସୋନାଲୀ ଦାସ, ମାମାଲି ନାୟକ ପ୍ରମୁଖ ବିଭିନ୍ନ ବିଭାଗରେ ସଫଳତା ହାସଲ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ପ୍ରଧ୍ୟାପକ ଜିମୁତ ବରୁଣ ଦାଶ, ଚିତ୍ତରଞ୍ଜନ ରାଉତ, ପ୍ରଧ୍ୟାପିକ ରୀତା ଦାଶ, କବିତାମଞ୍ଜରୀ ସୁବୁଦ୍ଧିରାୟ ପ୍ରମୁଖ ଯୋଗଦେଇ କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରିଥିଲେ । ଅଧ୍ୟାପକ ରବିନ୍ଦ୍ର ନାଥ ଜେନା, କ୍ରୀଡା ସଂସଦର ଉପାଧ୍ୟକ୍ଷ ବିଜୟ କୁମାର ନାୟକ, କ୍ରୀଡା ଶିକ୍ଷକ ଅବିନାଶ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗୀତାରେ ରବି ନାରାୟଣ ବିଶ୍ୱାଳ, ବୃନ୍ଦାବନ ଓଝା, ଗୌରାଙ୍ଗ ନାୟକ, ପ୍ରଣୟ କୁମାର ନାୟକ, ମିନତୀ ବେହୁରିଆ, ଲିପସା ପ୍ରୀୟଦର୍ଶନୀ ବେହେରା, ଗଙ୍ଗାଧର ପରିଡା, ଚକ୍ରଧର ଦାଶ, ଜଳଧର ଦାଶ, ନୀଲମ ସ୍ୱୟାଂ, ଶଶିକଳା ଦାସ, ମହେଶ୍ୱତା ଶର୍ମା, ଅଞ୍ଜନ ମହାନ୍ତି, ସରିତା ପଣ୍ଡା, ମୁଖ୍ୟ କିରାଣୀ ଅନନ୍ତ ବେହେରା, ସନାତନ କର, ରବିନାରାୟଣ ମିଶ୍ର, ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଖେଳ ଶିକ୍ଷକ ଅବିନାଶ ରାଉତ, ହାଟଡିହି ହାଇସ୍କୁଲର ଖେଳ ଶିକ୍ଷକ ପ୍ରମୋଦ କୁମାର ବେହେରା ଖେଳ ପରିଚାଳନା କରିଥିଲେ ।


