ହାଟଡିହି କଲେଜ ପକ୍ଷରୁ ଜାତୀୟ ସେବା ଶିବିର

ହାଟଡିହି, (ବିକାଶ ବିଶ୍ୱାଳ ) :ଆଞ୍ଚଳିକ ମହାବିଦ୍ୟାଳୟ ହାଟଡିହି ପକ୍ଷରୁ ପୋଡାସିଙ୍ଗିଡି ଠାରେ ଜାତୀୟ ସେବା ଶିବିର ଅନୁଷ୍ଠିତ ହୋିଛି । ପୋଗ୍ରାମ ଅଫିସର ଅଧ୍ୟାପକ ଚକ୍ରଧର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ୭ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷ ଚିତ୍ତ ରଞ୍ଜନ ରାଉତ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବାବେଳେ ଅଧ୍ୟାପକ ରବିନ୍ଦ୍ର କୁମାର ଜେନା, ଅଧ୍ୟାପକ ପ୍ରଣୟ କୁମାର ନାୟକ, ମୁଖ୍ୟ କିରାଣୀ ଅନନ୍ତ ଚରଣ ବେହେରା, ଗଙ୍ଗାଧର ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଗ୍ରାମ ସଫେଇ, ସ୍କୁଲ ପରିସର ସଫେଇ, ରାସ୍ତା ନିର୍ମାଣ କରିବା ସହିତ ଗ୍ରାମବାସୀଙ୍କୁ କରୋନା ସଚେତନତା କରାଇଥିଲେ । ଏହି ଶିବିରରେ ଲିପୁନ କୁମାର ଜେନା, ଅନିଲ କୁମାର ମଣ୍ଡଳ, ମାନସ ରଞ୍ଜନ ରାଉତ, ଦିଲ୍ଲିପ କୁମାର ମଣ୍ଡଳ, ଜନ୍ମେଜୟ ବେହେରା, ସୋମ୍ୟ ଦର୍ଶନ ଦାଶ, ଅବିନାଶ ତ୍ରିପାଠୀ, ଦେବାଶିଷ ସାହୁ, ଅଜୟ କୁମାର ଜେନା, ପ୍ରୀୟବ୍ରତ ପଣ୍ଡା, ଅଭିଷେକ ପରିଡା, ଦିଲୁ ଜେନା, ପ୍ରମୋଦ ରଣା, ବିଶ୍ୱଜିତ ଜେନା, ରାଜେଶ କୁମାର ଖଟୁଆ, ଶଶିକାନ୍ତ ଜେନା, ସତ୍ୟଜିତ ଗିରି, ଶୁଷ୍ଟିଶ୍ରୀ ଜେନା, ସୁବାସ କୁମାର ବେହେରା, ସୁର୍ଯ୍ୟକାନ୍ତ ଜେନା, ମାନସ ରଞ୍ଜନ ଆୟଚ, ରାଜେନ୍ଦ୍ର ସେଠୀ, ଅମିତ କୁମାର ସାହା, ସଞ୍ଜୟ କୁମାର ଦାଶ, ତାରିଣୀ ପ୍ରସାଦ ସେଠୀ ପ୍ରମୁଖ ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ