ହାଟଡିହି କଲେଜ ରାସ୍ତାରେ ଆଣ୍ଠୁଏ ପାଣି
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ଚଳିତ ଲଘୁଚାପ ବର୍ଷାରେ ହାଟଡିହି କଲେଜ ରାସ୍ତାଟି ବୁଡିଯାଇଥିବାରୁ କଲେଜକୁ ଯାଉଥିବା ଛାତ୍ରଛାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କଲେଜ ରାସ୍ତାଟି ବର୍ଷାଦିନେ ଅଧିକାଶଂ ସମୟରେ ବୁଡି ଯାଉଛି । ଫଳରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପୋଷାକ ଟେକି କଲେଜ ଯିବା ଆସିବା କରୁଛନ୍ତି । ଆନନ୍ଦପୁର ଭଦ୍ରକ ମୁଖ୍ୟ ରାସ୍ତାଠାରୁ କଲେଜ ରାସ୍ତାଟି ୩/୪ଫୁଟ ତଳେ ହୋଇଥିବାରୁ ଏପରି ସମସ୍ୟର ଉପୁଜୁଛି । ଏନେଇ କଲେଜ କର୍ତ୍ତୁପକ୍ଷ ରାସ୍ତାଟିକୁ ନିର୍ମାଣ କରିବା ପାଇଁ ବାରମ୍ବାର ଦାବି କରି ଆସୁଥିଲେବି କେହି ସେଥିପ୍ରତି କର୍ଣ୍ଣପାତ କରୁନଥିବା କଲେଜର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ସ୍ୱାଇଁ କହିଛନ୍ତି ।