ହାଟଡିହି ‘ଖଟି’ ରେ ସ୍ୱାଧିନତା ଦିବସ ପାଳିତ
ହାଟଡିହି,(ଓ୍ବାଇଏନ୍ଏସ୍) : ହାଟଡିହି ‘ଖଟି’ ରେ ୭୪ତମ ପବିତ୍ର ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଯୁବନେତା ଚିତ୍ତରଞ୍ଜନ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜାତୀୟ ମହାମାରୀ ସମୟରେ ସରକାରଙ୍କ ସମସ୍ତ କଟକଣାକୁ ମାନି ଚଳିଲେ ଯାଇ ଆମେ କରୋନାକୁ ପରାସ୍ତ କରିପାରିବା ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ସାମ୍ବାଦିକ, ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଧାୟକ ଶ୍ରୀଯୁକ୍ତ ସେଠୀ ସେମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହିସମୟରେ ଚିନ୍ମୟ ନାୟକ, ଧବଳେଶ୍ୱର ପଟ୍ଟନାୟକ, ଚିନୁ ନାୟକ, ଗୌରାଙ୍ଗ ରଣା, ଲିଟୁ ରାଉତ, ଶିବାନନ୍ଦ ନାୟକ, ଜଗନ ମାଝୀ, ଚିତ୍ତରଞ୍ଜନ ନାୟକ, ରାଜୁ ମାଝୀ, ନିରଞ୍ଜନ ପହି, ଜଗବନ୍ଧୁ ସେଠୀ, ହରେକୃଷ୍ଣ ବେହେରା, ଅଭିମନ୍ୟୁ ବେହେରା, ସୁଧାଶୁଂ ଶେଖର ଦାସ, ହୃଦାନନ୍ଦ ନାୟକ ପ୍ରମୁଖ ସାମାଜିକ ଦୁରତା ରକ୍ଷାକରି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।