ହାଟଡିହି ତହସିଲ ପ୍ରତି ପ୍ରଶାସନର ବୈମାତୃକ ମନୋଭାବ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ତହସିଲ ପ୍ରତି ପ୍ରଶାସନର ବୈମାତୃକ ମନୋଭାବ ପାଇଁ ଏବେ ତହସିଲରେ ଅଧା ପଦବୀ ଖାଲି ପଡିିଥିବାବେଳେ ତହସିଲର କାର୍ଯ୍ୟ ସୁଚାରୁରୁପେ ହୋଇ ପାରୁ ନଥିବାରୁ ତହସିଲରେ ଅଚଳାବସ୍ଥା ଦେଖା ଦେଇଛି । ସାଧାରଣ ଲୋକମାନେ ନିଜ ନିଜର କାର୍ଯ୍ୟ ପାଇଁ କାର୍ଯ୍ୟାଳୟକୁ ଆସି ନିରାଶରେ ଫେରୁଛନ୍ତି ।କେନ୍ଦୁଝର ଜିଲ୍ଲାର ସର୍ବାଧିକ ରାଜସ୍ୱଗ୍ରାମ ଥିବା ତହସିଲ ହେଉଛି ହାଟଡିହି ତହସିଲ । ଏହା ଅଧିନରେ ୩୧ଟି ପଞ୍ଚାୟତ ଥିବାବେଳେ ୧୦ଟି ରାଜସ୍ୱ ସର୍କଲ ରହିଛି । ୨୦୧୧ ଜନଗଣନା ଅନୁଯାଇ ଏହାର ଲୋକସଂଖ୍ୟା ୧ଲକ୍ଷ ୬୪ହଜାର ୨୩୩ଜଣ । ଏହି ତହସିଲରେ ମୋଟ ୭୬ଟି ପଦବୀ ଥିବାବେଳେ ଏବେ ମାତ୍ର ୩୧ଟି ପଦବୀରେ ଅଧକାରୀ ଓ କର୍ମଚାରୀ ନିଯୁକ୍ତି ଅଛନ୍ତି । ଏଠାରେ ନିୟମିତ ତହସିଲଦାର ପଦବୀ ଖାଲି ପଡିଛି । ପୁର୍ବତନ ତହସିଲଦାର ଦିଲ୍ଲିପ କୁମାର ସାହୁ ଗତ ଫେବୃୟାରୀ ୧ତାରିଖ ଦିନ ରିଲିଭ ହୋଇ ଯିବାପରେ ଆନନ୍ଦପୁରର ଜରେ ଅତିରିକ୍ତ ତହସିଲଦାରଙ୍କୁ ତହସିଲଦାର ଦାୟିତ୍ୱ ଦିଆଯାଇଛି । ଫଳରେ ସେ ହାଟଡିହି ପ୍ରତି ଠିକ ଭାବେ ସମୟ ଦେଇପାରୁ ନାହାନ୍ତି । ଜଣେ ଅତିରିକ୍ତ ତହସିଲଦାର ଥିବାବେଳେ ତାଙ୍କୁ ସବରେଜିଷ୍ଟର ଦାୟିତ୍ୱ ଦିଆଯାିଚି । ସେ ଯଦି କେବେ ଛୁଟିରେ କିମ୍ବା କୌଣସି ସରକାରୀ କାର୍ଯ୍ୟରେ ବାହାରକୁ ଯାଉଛନ୍ତି ତେବେ ଜମି ରେଜିଷ୍ଟେସନ କାର୍ଯ୍ୟ ବନ୍ଦ ରହୁଛି । ଫଳରେ ଅନେକ ଲୋକ ଦୁର ଦୁରାନ୍ତରୁ ଆସି ଫେରିବାକୁ ବାଧ୍ୟ ହେଉଛନ୍ତି । ସେହିପରି ରେଭିନୁ୍ୟ ସୁପରଭାଇଜର ପଦବୀ ଫେବୃାୟରୀରୁ ଖାଲି ପଡିଥିବାବେଳେ ୫ଜଣ ରେଭିନୁ୍ୟ ଆସିଷ୍ଟାଣ୍ଟ ଙ୍କ ସ୍ଥାନରେ ମାତ୍ର ଦୁଇଜଣ ଅଛନ୍ତି । ୧୧ଜଣ ରାଜସ୍ୱ ନିରୀକ୍ଷକ ରହିବାସ୍ଥଳେ ୯ଜଣ ରାଜସ୍ୱ ନିରୀକ୍ଷକ ୧୧ଜଣ ଅମିନଙ୍କ ସ୍ଥାନରେ ୫ଜଣ ଅମିନ, ୧୧ଜଣ ଅତିରିକ୍ତ ରାଜସ୍ୱ ନିରୀକ୍ଷକଙ୍କ ସ୍ଥାନରେ ମାତ୍ର ୨ଜଣ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଅଛନ୍ତି । ୬ଜଣ ଚେନମା୍ୟାନଙ୍କ ସ୍ଥାନରେ ଦୁଇଜଣ ଚେନମ୍ୟାନ, ୪ଜଣ ପ୍ରସୋସ ସର୍ଭର ସ୍ଥାନରେ ମାତ୍ର ଜଣେ ପ୍ରସୋସ ସର୍ଭର ନିଯୁକ୍ତି ଅଛନ୍ତି । ବିଶେଷକରି ଏଠାରେ ୧୩ଜଣ ପିଅନଙ୍କ ସ୍ଥାନରେ ଦୁଇଜଣ, ୪ଜଣ ୱାଚମ୍ୟଞାନ ଓ ରାତ୍ରୀ ଜଗୁଆଳିଙ୍କ ସ୍ଥାନରେ କେହି ନିଯୁକ୍ତି ହୋଇନାହାନ୍ତି । ଦୁଇଜଣ ଡାଟା ଏଣ୍ଟ୍ରି ଅପରେଟରଙ୍କ ସ୍ଥାନରେ ଜଣେଙ୍କୁ ନିଯୁକ୍ତି ଦିଆଯାଇଛି । ଫଳରେ ଏବେ କାର୍ଯ୍ୟାଳୟଟିରେ ଅଚଳାବସ୍ଥା ଦେଖିବାକୁ ମିଳିଛି । ଗତକାଲି ବହୁ ଦୁରଦୁରାନ୍ତରୁ ଲୋକମାନେ ନିଜ ନିଜ କାର୍ଯ୍ୟପାଇଁ ତହସିଲକୁ ଆସିଥିବାବେଳେ ତହସିଲଦାରଙ୍କ ଅନୁପସ୍ଥିତି ଯୋଗୁଁ ଅସନ୍ତୋଷ ବ୍ୟକ୍ତ କରି ଫେରିବାକୁ ବାଧ୍ୟ ହୋଇଥିଲେ । ଜିଲ୍ଲାର ଏକ ବୃହତ ତହସିଲ ଭାବେ ପରିଗଣିତ ହେଉଥିବା ଏହି ତହସିଲଟି ପ୍ରତି ପ୍ରଶାସନିକ ଦୃଷ୍ଟି ପଡୁନଥିବାରୁ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ପିଅନ ଓ ୱାଚମ୍ୟାନଙ୍କ ଅଭାବରୁ କାର୍ଯ୍ୟଳୟଟି ଠିକ ଭାବେ ସଫା ସୁତରା ମଧ୍ୟ ହୋଇପାରୁନି । ପ୍ରସୋସ ସର୍ଭର ଅଭାବରୁ ଲୋକମାନଙ୍କୁ ଠିକ ସମୟରେ ନୋଟିସ ଟିଏ ବି ପଠାଯାଇ ପାରୁନାହିଁ । ପୁର୍ବରୁ ସମସ୍ତ ପଦବୀ ପରିପୁର୍ଣ୍ଣ ଥିବାବେଳେ ଅନେକ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଅବସର ପରେ ଆଉ ନିଯୁକ୍ତି ଦିଆଯାଉ ନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି । ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଜଣେ ନିୟମିତ ଦକ୍ଷ ତହସିଲଦାର ନିଯୁକ୍ତି କରିବା ସହିତ ଅନ୍ୟ ପଦବୀ ପୁରଣ ଦିଗରେ ପଦକ୍ଷେପ ନନେଲେ ତହସିଲ କାର୍ଯ୍ୟାଳୟଟି ବନ୍ଦ ହୋଇଯିବାର ଆଶଙ୍କା ଦେଖା ଦେଇଛି ।