ହାଟଡିହି ପଞ୍ଚାୟତ ସମିତିର ଦ୍ୱିତୀୟ ବୈଠକ ଅନୁଷ୍ଠିତ, ଜଂଗଲ ବିଭାଗର କାର୍ଯ୍ୟକୁ ନେଇ ଅସନ୍ତୋଷ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଳକ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସମିତିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବିଡିଓ ବିନିତା ବିଜୟିନୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ସୋମନାଥ ଦାସ, କୌଶଲ୍ୟା ସେଠୀ, ସୁକାନ୍ତୀ ଜେନା, ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଜେନା, ତହସିଲଦାର ଦିଲ୍ଲିପ କୁମାର ସାହୁ, ସହକାରୀ ନିର୍ବାହୀଯନ୍ତ୍ରୀ ତପନ କୁମାର ପଲେଇ ପ୍ରମୁଖ ଯୋଗଦେଇ କୃଷି, ଶିକ୍ଷା, ପଶୁପାଳନ, ସାଧାରଣ ବଣ୍ଟନ, ମହିଳା ଓ ଶିଶୁ ବିକାଶର କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଜିଳ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ ପରଲୋକଗତ କଳିଗାଁର ପୁର୍ବତନ ସରପଞ୍ଚ ବାବାଜି ଚରଣ ଚଇନି, ଓ ପଞ୍ଚୁଗୋଚିଆ ପଞ୍ଚାୟତର ପୁର୍ବତନ ସରପଞ୍ଚ ଶଙ୍କର୍ଷଣ ପାତ୍ରଙ୍କ ବିୟୋଗ ସମ୍ପର୍କରେ ସୁଚନା ଦେବାସହ ତାଙ୍କ ଦ୍ୱାରା ଆଗତ ଶୋକ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବିଶେଷକରି ଜଂଗଲ ବିଭାଗର ଅଧିକାରୀ ଉକ୍ତ ବୈଠକକୁ ନ ଆସି ଜଣେ ଜଣେ ପଅତିନିଧିଙ୍କୁ ପନଠାଇବକୁ ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଗତ ବୈଠକରେ ଜଣେ ଏନଜିଓ ସଂସ୍ଥାର କର୍ମକତ୍ତାଙ୍କୁ ପଠାଇଥିବାବେଳେ ଆଜିର ବୈଠକକୁ ଜଣେ ଫରେଷ୍ଟର ଆସିଥିଲେ । କିନ୍ତୁ ତାଙ୍କ ପାଖରେ ବିଭାଗର କୌଣସି ସୁଚନା ନଥିଲା । ବ୍ଲକର ବିଭିନ୍ନ ସ୍ଥାନରେ ଜଂଗଲ ବିଭାଗ ମାଧ୍ୟମରେ ମନରେଗା ଯୋଜନା କାର୍ଯ୍ୟ ହେଉଥିବାବେଳେ ସରପଞ୍ଚ କି ସମିତିସଭ୍ୟ ମାନେ ଏ ବାବଦରେ କୌଣସି ସୁଚନା ପାଇପାରୁ ନାହାନ୍ତି । କାମ ଗୋଟିଏ ସ୍ତାନରେ ହେଉଥିବାବେଳେ ପଲ୍ଲୀସଭା ଓ ଗ୍ରାମସଭା ଅନ୍ୟ ପଞ୍ଚାୟତରୁ କରାଯାଉଛି । ଏପରିକି କିଛି ସରପଞ୍ଚ ଓ ସମିତିସଭ୍ୟ କାମ ସମ୍ପର୍କରେ ପଚାରିବାରୁ ତାଙ୍କୁ କିଛି ଟଙ୍କା ନେଇ ଚୁପ ରହିଯାଅ ବୋଲି ସରପଞ୍ଚ ସମିତିସଭ୍ୟ ମାନେ ଅଭିଯୋଗ କରିଥିଲେ । ଏନେଇ ଆଲୋଚନା ହେବାପରେ ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇବାକୁ ବୈଠକରେ ନିଷ୍ପତି ହୋଇଥିଲା । ସେହିପରି କୃଷି ଉପରେ ଆଲୋଚନାରେ ଭାଗନେଇ ସହକାରୀ କୃଷି ଅଧିକାରୀ ଭାନୁମତୀ ମହାପାତ୍ର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିବାବେଳେ ଅନେକ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ହୋଇଥିବାରୁ ସେମାନଙ୍କ ପାଇଁ କି ପ୍ରକାର ପଦକ୍ଷେପ ନିଆଯାଇଛି ସେ ନେଇ ଆଲୋଚନା କରାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ । ଶିକ୍ଷା ବିଭାଗର ଆଲୋଚନାରେ ଭାଗନେଇ ବ୍ଲକ ସହକାରୀ ଶିକ୍ଷା ଅଧିକାରୀ ବ୍ଲକରେ ସ୍ଥାୟୀ ଶିକ୍ଷା ଅଧିକାରୀ ନଥିବାରୁ ବିଭିନ୍ନ ସମସ୍ୟାର ସମାଧାନ ହୋଇ ପାରୁନି ବୋଲି କହିଥିଲେ । ସେହିପରି ପାନୀୟଜଳ ବିଭାଗର କନିଷ୍ଠଯନ୍ତ୍ରୀ ଅବନ୍ତୀ ନାୟକ ତାଙ୍କ ଆଲୋଚନାରେ ଭାଗନେଇ ବ୍ଲକରେ ଏବେ ୧୩୭୩ଟି ନଳକୂପ କାମ କରୁଛି । ଯଦି କେଉଠି ନଳକୂପ ଅଚଳ ହୋଇ ପଡିଛି ସେ ସମ୍ପର୍କରେ ତୁରନ୍ତ ବ୍ଲକକୁ ଚିଠି ମାଧ୍ୟମରେ ଜଣାଇବା ପାଇଁ କହିଥିଲେ । ସେହିପରି ପଶୁପାଳନ ସମ୍ପର୍କରେ ବ୍ଲକ ପଶୁଚିକିତ୍ସା ଅଧିକାରୀ ଡାକ୍ତର ରଶ୍ମୀ ରଶ୍ମିରଞ୍ଜନ ନାୟକ ଯୋଗଦେଇ ଗୋରୁ ଗାଈ ମାନଙ୍କୁ ବିଭିନ୍ନ ପ୍ରତିଷେଧକ ଟୀକା ସମ୍ପର୍କରେ ଆଲୋଚନା କରିବା ସହିତ ସରକାରଙ୍କ ବିଭିନ୍ନ ଯୋଜନା ଗୁହିକର କାର୍ଯ୍ୟକାରିତା ସମ୍ପର୍କରେ ସୁଚନା କରିଥିଲେ । ସେହିପରି ବିଭିନ୍ନ ପଞ୍ଚାୟତରେ ଅଙ୍ଗନବାଡି ଘର ନିର୍ମାଣ ଅଧାପନ୍ତରିଆ ହୋଇ ପଡିଥିବାବେଳେ ଆଉ କିଛି ସ୍ଥାନରେ ଘର ଗୁଡିକ ହସ୍ତାନ୍ତର ହେଉ ନଥିବାରୁ ଅଙ୍ଗନବାଡି କେନ୍ଦ୍ରରେ ଅଚଳାବସ୍ଥା ଦେଖା ଦେଇଛି ବୋଲି ସରପଞ୍ଚ ସମିତିସଭ୍ୟ ମାନେ ଅଭିଯୋଗ କରିଥିଲେ । ସେହିପରି ଯୋଗାଣ ବିଭାଗର ଆଲୋଚନାରେ ଭାଗନେଇ ବ୍ଲକ ଯୋଗାଣ ଅଧିକାରୀ ଦିଲ୍ଲିପ କୁମାର ସାହୁ ବ୍ଲକକୁ ଯୋଗାଇ ଦିଆଯାଉଥିବା ଚାଉଳ, ଗହମ ସମ୍ପର୍କରେ ସବିୋଷ ତଥ୍ୟ ପ୍ରଦାନ କରିଥିଲେ । କଳିଗାଁ ପଞ୍ଚାୟତର ତାମ୍ପଳା ଡିଲର ମାଧ୍ୟରେ ଦିଆଯାଉଥିବା ଚାଉଳ ୪ମାସ ହେଲା ହିତାଧିକାରୀ ମାନେ ପାଇ ନଥିବା ନେଇ କଳିଗାଁ ସରପଞ୍ଚ ଅଭିଯୋଗ କରିଥିଲେ । ସେହିପରି ବିଭିନ୍ନ ପଞ୍ଚାୟତକୁ ଯୋଗାଇ ଦିଆଯାଇଥିବା ବିଧାୟକଙ୍କ ହାତପାଣ୍ଠି ଟଙ୍କା ସ୍ଥାନ ନିରୁପଣ ହୋଇ ପାରୁ ନଥିବାରୁ ଏହା ଖର୍ଚ୍ଚ ହୋଇ ପାରୁ ନଥିବା ନେଇ ବିଧାୟକ ଆଲୋଚନା କରିବା ସହିତ ତହସିଲଦାର ତୁରନ୍ତ ଏନେଇ ପଦକ୍ଷେପ ନେବାକୁ କହିଥିଲେ । ସେହିପରି ବ୍ଲକରେ ଜିପି ସେକ୍ସନରେ କେତେଜଣ ଡିଇଓ ଅଛନ୍ତି ଓ କର କାମ କରୁଛନ୍ତି ଆମେ କାହିଁକି ପଞ୍ଚାୟତରୁ ସେମାନଙ୍କୁ ପଇସା ଦେବୁ ବୋଲିି ବଞ୍ଚୋ ସରପଞ୍ଚ ପ୍ରଶାନ୍ତ ରାଉତ ପ୍ରଶ୍ନ କରିଥିଲେ । ସେହିପରି ସମିତିସଭ୍ୟ ମାନଙ୍କୁ ପଞ୍ଚାୟତ ବୈଠକକୁ ଡକା ନଯିବା ଓ ପଞ୍ଚାୟତର ଉନ୍ନୟନ ସମ୍ପର୍କରେ ସେମାନଙ୍କୁ କୌଣସି ସୁଚନା ଦିଆଯାଉ ନଥିବାରୁ ସମିତିସଭ୍ୟ ମାନେ ଉଦବେଗ ପ୍ରକାଶ କରିଥିଲେ । ଏଣିକି ସବୁ ପଞ୍ଚାୟତରେ ସମିତିସଭ୍ୟ ଓ ଜିଲ୍ଲାପରିଷଦ ମାନଙ୍କୁ ପଞ୍ଚାୟତର ମାସିକ ବୈଠକକୁ ଡକାଯିବାକୁ ନେଇ ବ୍ଲକ ପକ୍ଷରୁ ସବୁ ପଞ୍ଚାୟତକୁ ପୁନର୍ବାର ଚିଠି କରାଯିବା ନେଇ ବୈଠକରେ ନିଷ୍ପତି ହୋଇଥିଲା । ଏହି ବୈଠକରେ ୩୧ଟି ଯାକ ପଞ୍ଚାୟତର ସରପଞ୍ଚସମିତିସଭ୍ୟ ମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ