ହାଟଡିହି ପଞ୍ଚାୟତ ସମିତିର ୭ମ ଅଧିବେଶନ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଳକ କାର୍ଯ୍ୟାଳୟ ସଭାଗୃହ ଠାରେ ପଞ୍ଚାୟତ ସମିଭିର ୭ମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । କୃଷି, ଜଳସେଚନ, ଅଙ୍ଗନୱାଡ଼ି ଘର ନିର୍ମାଣ, ଶିକ୍ଷକ ନିଯୁକ୍ତି ଉପରେ ବିଶେଷ ଭାବରେ ଆଲୋଚନା ହୋଇଥଲା। ବିଶେଷ କରି କିଛି ବିଭଗର ଅଧିକାରୀ ମାନେ ପଞ୍ଚାୟତ ସମିତି ଅଧିବେସନ କୁ ଆସୁ ନଥିବାରୁ ବୈଠକର ଗୁରୁତ୍ଵ ହ୍ରାସ ପାଉଛି ବୋଲି ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକକୁ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ସଂଯୋଜନା କରିଥିଲେ । ଏଥିରେ ବିଧାୟକ ଅଭିମନ୍ୟୁ ସେଠୀ, ଉପଜିଲ୍ଲାପାଳ ଫଳଗୁନୀ ମାଝୀ, ଉପାଧ୍ଯକ୍ଷ ରତିକାନ୍ତ ରାଉତ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଜିଲ୍ଲାପରିଷଦ ଉପାଧ୍ଯକ୍ଷ ସୋମନାଥ ଦାସ, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ବାଳ, କୌଶଲ୍ୟା ସେଠୀ, ତହସିଲଦାର ହାବିଲ ଖାଖା, ସହକାରୀ ନିର୍ବାହୀଯନ୍ତ୍ରୀ ଜ୍ଞାନେନ୍ଦ୍ର ଜେନା, ଦିପାଶ୍ରୀ ସିଂ ପ୍ରମୁଖ ଯୋଗଦେଇ ଥିଲେ । ଏଥିରେ ବ୍ଲକର କୃଷି, ଜଂଗଲ ଓ ପରିବେଶ, ପାନୀୟଜଳ, ଶିକ୍ଷା, ଜଳସମ୍ପଦ, ରାଜସ୍ୱ , ମହିଳା ଓ ଶିଶୁ ବିକାଶ ଆଦି ବିଭାଗ ଉପରେ ଆଲୋଚନା କରାଯାଇଥିଲା । ବ୍ଲକ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଯୋଗୁଁ ହଜାର ହଜାର ହେକ୍ଟର ଚାଷ ଜମି ରେ ଚାଷ କାର୍ଯ୍ଯ ଆରମ୍ଭ ହୋଇପାରି ନଥିବା ବେଳେ ଏନେଇ ସରକାରଙ୍କୁ ସୁଚନା ଦିଆ ଯାଇଥିବା ବ୍ଲକ କୃଷି ଅଧିକାରୀ ଦେବୀ ପ୍ରସନ୍ନ ଖୁଣ୍ଟିଆ ସୁଚନା ଦେଇଥିଲେ। ପର୍ଯ୍ୟାପ୍ତ ପରିମାଣର ସାର ଗଚ୍ଛିତ ଥିବା କହିବା ସହ ୧୮ଟି ପଞ୍ଚାୟତ ରେ ମାଣ୍ଡିଆ ଚାଷ ହୋଇଥିବା ସୁଚନା ଦେଇଥିଲେ। ସେହିପରି ନିଅଣ୍ଟିଆ ବର୍ଷା ଯୋଗୁଁ ହଡଗଡ ଜଳ ଭଣ୍ଡାରରେ କମ୍ ପାଣି ଥିବାରୁ ତାହା ଚାଷ ପାଇଁ ପର୍ଯ୍ୟାପ୍ତ ହେବ ନାହିଁ ବୋଲି ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଲକ୍ଷ୍ମଣ ମାରାଣ୍ଡି ସୁଚନା ଦେଇଥିଲେ। ବିଶେଷକରି ଚଳିତ ବର୍ଷ ବୈତରଣୀ କେନାଲରୁ ପମ୍ପ ସାହାଯ୍ୟରେ ଶାସଙ୍ଗ, ବଞ୍ଚୋ , ଅକରୁଆ, ପଞ୍ଚୁଗୋଛିଆ ଆଦି ପଞ୍ଚାୟତr ଚାଷଜମିକୁ ପାଣି ଯୋଗାଇ ଦେବା ଉପରେ ବିଧାୟକ ଗୁରୁତ୍ଵ ଦେଇଥିଲେ। ଏନେଇ ଏକ କମିଟି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ନିଷ୍ପତି ହୋଇଥଲା। ସେହିପରି ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ମଠ – ଟୁକୁଣା କେନାଲ ରାସ୍ତାଟି ଅଧାପନ୍ତରିଆ ହୋଇ ପଡ଼ି ରହିଥିବାରୁ ସୂଲଣ ପଞ୍ଚାୟତ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଥିବା ସରପଞ୍ଚ ଅଭିଯୋଗ କରିଥିଲେ। ଏନେଇ ପଦକ୍ଷେପ ନେବାକୁ ଅଧିକ୍ଷଣ ଯନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ସେହିପରି ହାଟଡିହି ବ୍ଲକରେ ଦେଢ଼ ଶହରୁ ଉର୍ଦ୍ଧ୍ବ ଶିକ୍ଷକ ଏବେ ଡେପୁଟେଶନରେ କାର୍ଯ୍ଯ କରୁଥିବା ବ୍ଲକ ସହ ଶିକ୍ଷା ଅଧିକାରୀ ସୁଚନା ଦେଇଥିଲେ। ମୋଟ ୧୧୦ଟି ଶିକ୍ଷକ ପଦବୀ ଖାଲି ପଡିଥିଲା ବେଳେ ମାତ୍ର ୫୬ଟି ପଦବୀ ପୂରଣ ପାଇଁ ଯୋଜନା ହୋଇଥିବା ସୁଚନା ଦେଇଥିଲେ। ଏବେ ୧୦ଟି ବିଦ୍ୟାଳୟରେ ମାତ୍ର ଜଣେ ଲେଖାଏଁ ଶିକ୍ଷକ ଥିବା ସେ ଦର୍ଶାଇ ଥିଲେ। ଆବଶ୍ୟକ ଶିକ୍ଷକ ନଥିବାରୁ ଅନେକ ସ୍କୁଲ ରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି ବୋଲି ବଡ଼ରମ୍ପାସ ସରପଞ୍ଚ ରବିନ୍ଦ୍ର ଜେନା, ସମିଟିସଭ୍ୟ ତାରିଣୀ ସେନାପତି ପ୍ରମୁଖ ଅଭିଯୋଗ କରିଥିଲେ। ସେହିପରି ଏବେ ସରକାରୀ ଜମି ଜବର ଦଖଲ ଉଚ୍ଛେଦ ପାଇଁ ସରକାର ନିଷ୍ପତି ନେଇଥିବାରୁ ଏନେଇ ପ୍ରକ୍ରିୟା ଜାରି ରହିଛି ବୋଲି ତହସିଲଦାର ସୂଚନା ଦେଇଥିଲେ। ଭୂମିହୀନ ପରିବାରକୁ ଜମି ଯୋଗାଇ ଦେବା ସମ୍ପର୍କରେ ମଧ୍ଯ ଆଲୋଚନା ହୋଇଥଲା। ଓରାଳି ପଞ୍ଚାୟତରେ ଥିବା ସର୍ଵ ପୁରାତନ ନନ୍ଦିପଦା ହାଟରୁ ଜବର ଦଖଲ ଉଚ୍ଛେଦ ପାଇଁ ନିଷ୍ପତି ହେବା ସହ ଏହାର ଉନ୍ନତି କରଣ ପାଇଁ ଆଲୋଚନା ହୋଇଥଲା। ସେହିପରି ଏବେ ୧୨୬ଟି ଅଙ୍ଗନବାଡ଼ି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ସ୍ଥିର ହୋଇଥିବା ବେଳେ ପ୍ରାରମ୍ଭରେ ୧୪ଟି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଟେଣ୍ଡର ହୋଇଥିବା ସମ୍ପର୍କରେ ମହିଳା ଶିଶୁ ବିକାଶ ଅଧିକାରିଣୀ ଉମାମଣି ମହାପାତ୍ର ସୂଚନା ଦେଇଥିଲେ। ଅଙ୍ଗନବାଡ଼ି , ମନରେଗା କାର୍ଯ୍ୟ ଓ ଜବରଦଖଲ ସମସ୍ୟା ନେଇ ସରପଞ୍ଚ ପ୍ରସାନ୍ତ ରାଉତ, ଚିନ୍ମୟ ନାୟକ, ଦିନେଶ ସେଠୀ, ଅଜିତ ରାଉତ, ଜଗବନ୍ଧୁ କାଣ୍ଡି, ଅନ୍ତର୍ଯ୍ୟାମୀ ଖଣ୍ଡେଇ ପ୍ରମୁଖ ଆଲୋଚନା କରିଥିଲେ । ବୈଠକରେ ହେଉଥିବା ଆଲୋଚନା ଗୁଡିକ କାର୍ଯ୍ୟକାରୀ ହେଉ ନଥିବାରୁ ଉପସ୍ଥିତ ସଭ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ବୈଠକରେ ବ୍ଲକ ପଶୁଚିକିତ୍ସା ଅଧୁକାରୀ ଡ. ରଶ୍ମୀ ରଞ୍ଜନ ନାୟକ, ଫରେଷ୍ଟର ମଳୟ ସାହୁ, ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ସାହୁ, ଉଦ୍ୟାନ ଅଧିକାରିଣୀ ଅଙ୍କିତା ପ୍ରିୟଦର୍ଶିନୀ ମିଶ୍ର, ଏପିଓ ଭୈରେବେନ୍ଦ୍ର ତ୍ରିପାଠୀ, ଯନ୍ତ୍ରୀ ମଦନ ବେହେରା, ସ୍ଵର୍ଣ୍ଣଲତା ପୃଷ୍ଟିଙ୍କ ସମେତ ଅନେକ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଶେଷରେ ଭାରପ୍ରାପ୍ତ ଜିପିଓ ଶରତ କୁମାର ବେଜ ପ୍ରାରମ୍ଭରେ ପୁର୍ବ ସଭାର ବିବରଣୀ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଯନ୍ତ୍ରୀ ଶାଶ୍ବତ ରଞ୍ଜନ ଦାସ, ବ୍ଲକ କର୍ମଚାରୀ ପ୍ରସାନ୍ତ ସେଠୀ, ଜୀବନ ରାଉତ, ଜ୍ୟୋତି ରଞ୍ଜନ ମିଶ୍ର, ବିନୋଦ ବିହାରୀ ସାହୁ, ସୁଦର୍ଶନ ଘଡେଇ, ଭଗବାନ ସେଠୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।