ହାଟଡିହି ପ୍ରାଥମିକ ଶିକ୍ଷକ ସଂଘର ସମ୍ବର୍ଦ୍ଧନା ଉତ୍ସବ

ହାଟଡ଼ିହି, (ସୌମ୍ୟରଞ୍ଜନ ଆଚାର୍ଯ୍ୟ): ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ହାଟଡିହି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ)ର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକତାରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ଶଙ୍କର୍ଷଣ ପଲତା, ଶିକ୍ଷକ ଅକ୍ଷୟ ବିଶ୍ୱାଳଙ୍କୁ ସଂଘ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ନୁତନକରି ନିୟମିତ ଶିକ୍ଷକର ମାନ୍ୟତା ପାଇଥିବା ୨୦୧୨ବ୍ୟାଚର ଶିକ୍ଷକ ମାନଙ୍କୁ ସଂଘକୁ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ରାଜ କିଶୋର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସଙ୍ଘର ସମ୍ପାଦକ ଜିତେନ୍ଦ୍ର ବେହେରା, ରାଜ୍ୟ ସଂଯୋଜକ ଶ୍ରୀକାନ୍ତ ପଟ୍ଟନାୟକ, ମହାସଚିବ ଅନିରୁଦ୍ଧ ବିଶ୍ୱାଳ, ପ୍ରମୁଖ ଯୋଗଦେଇ ସଂଘର କାର୍ଯ୍ୟାବଳୀ ସମ୍ପର୍କରେ ଆଲୋକପାତ କରିବା ସହ ସେମାନଙ୍କର ସମସ୍ୟା ଗୁଡିକ ଉପରେ ଗୁରୁତ୍ୱାରୋପ କରିଥିଲେ । ସଂଘର କୋଷାଧ୍ୟକ୍ଷ କ୍ଷେତ୍ରବାସୀ ମିଶ୍ର, ଉପଦ୍ଦେଷ୍ଟା ସୁଶାନ୍ତ ଯେନା, ହରେକୃୃଷ୍ଣ ଦାସ, ନିତ୍ୟାନନ୍ଦ ଘଡେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷକ ଦେବାଶିଷ ବାରିକ, ଅଞ୍ଜନ ଦାସ, ସୁରଜ ପଟ୍ଟନାୟକ, ଅଜୟ ଜେନା, ମିଥୁନ ଜେନା, ସତ୍ୟବ୍ରତ ନାୟକ, ରାକେଶ ସାହୁ, ସୂର୍ଯ୍ୟପ୍ରକାଶ ସେଠୀ, ଗଣେଷ କୁଅଁର, ଆଶୁତୋଷ ପହି, ନନ୍ଦିନି ମହାନ୍ତି, ପାପନ ସ୍ୱାଇଁଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ