ହାଟଡିହି ପ୍ରାଥମିକ ଶିକ୍ଷକ ସଂଘ(ଏନପିଏସ) ସାଂଗଠିକ ପୁର୍ନଗଠନ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ)ର ଏକ ସ୍ୱତନ୍ତ୍ର ବୈଠକ ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉପଦ୍ଦେଷ୍ଟା ମଣ୍ଡଳୀର ଆହ୍ୱାନକ୍ରମେ ସମସ୍ତ ସଭ୍ୟସଭ୍ୟା ମାନଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ଅକ୍ଷୟ କୁମାର ନନ୍ଦ ସଭାପତିତ୍ୱ କରିଥିଲେ । ନିକଟ ଅତୀତରେ ସଂଘର ପୁର୍ବତନ ସଭାପତିଙ୍କ ସ୍ୱେଚ୍ଛାଚାରିତାକୁ ବିରୋଧକରି ସଂଘର ସମସ୍ତ କର୍ମକର୍ତ୍ତା ଇସ୍ତଫା ଦେଇଥିଲେ । ସଂଘର ସାଂଗଠନିକ ସୁଦୃଢ଼ତା ବଜାୟ ରଖିବା ନିମନ୍ତେ ଉପଦ୍ଦେଷ୍ଟା ମଣ୍ଡଳୀର ଆହ୍ୱାନକ୍ରମେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । କନିଷ୍ଠ ଶିକ୍ଷକ ସଂଘର ପୁର୍ବତନ ସଭାପତି ଦେବାଶିଷ ସୌଭାଗ୍ୟ ରଞ୍ଜନ ବାରିକଙ୍କୁ ସଭାପତି ଭାବେ ଚୟନ କରାଯାଇଥିବାବେଳେ ଜିତେନ୍ଦ୍ର ବେହେରାଙ୍କୁ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ସେହିପରି ଉପସଭାପତି ଭାବେ ଅଞ୍ଜନ କୁମାର ଦାସ, ମହାସଚିବ ଭାବେ ରାଜ କିଶୋର ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ଭାବେ ସୁଶ୍ରୀ ସ୍ୱୟଂପ୍ରଭା ବେହେରା, ଯୁଗ୍ମ ସମ୍ପାଦକ ଭାବେ ଅକ୍ଷୟ ଖଟୁଆ, ସାଂଗଠନିକ ସମ୍ପାଦକ ଭାବେ ପ୍ରଫୁଲ କୁମାର ସାହୁ, ସହ ସମ୍ପାଦକ ଭାବେ ବୃନ୍ଦାବନ ଡାକୁଆ, କୋଷାଧ୍ୟକ୍ଷ କ୍ଷେତ୍ରବାସୀ ମିଶ୍ର, ହିସାବ ସମୀକ୍ଷକ ଭାବେ ନିତ୍ୟାନନ୍ଦ ଘଡେଇ, ସୁଶାନ୍ତ ଜେନା, ମିଡିଆ ସଂଯୋଜକ ସତ୍ୟ ନାରାୟଣ ଗିରି, ରାଜ୍ୟ ସଂଯୋଜକ ଭାବେ ଅନିରୁଦ୍ଧ ବିଶ୍ୱାଳଙ୍କୁ ମନୋୀତ କରାଯାଇଥିଲା । ଏହି ବୈଠକରେ ଶ୍ରୀକାନ୍ତ ପଟ୍ଟନାୟକ, ଶତୃଘ୍ନ ସାହୁ, ନଳିନୀ ମହାନ୍ତି, ସୁରେନ୍ଦ୍ର ନାୟକ, ନଟବର ସାହୁ, ଅଜୟ ଜେନା, ସୁଶାନ୍ତ ସ୍ୱାଇଁ, ସୁମିତ୍ରା ଗୁଇଁ, ଦୀପକ ନାୟକ, ସୁଶାନ୍ତ ସେଠୀ, ଦିନବନ୍ଧୁ ଦାସ, ବର୍ଷାରାଣୀ ସାହୁ, ସୁରଜ ପଟ୍ଟନାୟକ, ଆଶୁତୋଷ ପହି, ନାରାୟଣ ବୋଇତେଇଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।